କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ; ୧୫ ଜୋନ୍ ପାଇଁ ୫୭ ପ୍ରାର୍ଥୀପାଞ୍ଚ ଜୋନ ନୂଆଗାଁ ରୁ 7.

 ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇଛି । ୧୫ ଜୋନ୍ ପାଇଁ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୟାଗଡ଼ ଜିଲ୍ଲାର ୧୫୬ ସମବାୟ ସମିତି ଏବଂ ଅନ୍ୟାନ ଅଣ ସମବାୟ ସମିତିକୁ ନେଇ ୨୨୦ ସୋସାଇଟ ଏହି ନିର୍ବାଚନ ପ୍ରକିୟାରେ ସାମିଲ ହୋଇଛି । ଉକ୍ତ ସମବାୟ ସମିତିରୁ ପ୍ରାଥମିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବ୍ୟକ୍ତି କେନ୍ଦ୍ର ସମବାୟ ସମିତିର ଭୋଟର ମାନ୍ୟତା ପାଇଥାନ୍ତି । ଜିଲ୍ଲାର ୨୨୦ ସମବାୟ ସମିତିକୁ ୧୫ଟି ଜୋନ୍ରେ ବିଭକ୍ତ କରାଯାଇଛି । ମୋଟ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ୫ ନମ୍ବର ଅଣସଂରକ୍ଷିତ ଜୋନ୍ରେ ସର୍ବାଧିକ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜୋନ୍ ୧ରେ ୩ ଜଣ, ଜୋନ୍ ୨ରେ ୩ ଜଣ, ଜୋନ୍ ୩ରେ ୫ ଜଣ, ଜୋନ୍ ୪ରେ ୩ ଜଣ, ଜୋନ୍ ୫ରେ ୭ ଜଣ, ଜୋନ୍ ୬ରେ ୫ ଜଣ, ଜୋନ୍ ୭ରେ ୩ ଜଣ, ଜୋନ୍ ୮ରେ ୪ ଜଣ, ଜୋନ୍ ୯ରେ ୪ ଜଣ, ଜୋନ୍ ୧୦ରେ ୩ ଜଣ, ଜୋନ୍ ୧୧ରେ ୬ ଜଣ, ଜୋନ୍ ୧୨ରେ ୩ ଜଣ, ଜୋନ୍ ୧୩ରେ ୩ ଜଣ, ଜୋନ ୧୪ରେ ୨ ଜଣ, ଜୋନ୍ ୧୫ରେ ୩ ଜଣ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଫଳରେ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ କଡ଼ା ଟକ୍କର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି ।

ଜୋନ୍ ୫ରେ ୭ ଜଣ ପାର୍ଥି ସେମାନେ ହେଲେ ପର୍ଶୁରାମ ସ୍ୱାଇଁ, ସୋମନାଥ ସାହୁ, ରାଜେନ୍ଦ୍ର କୁମାର ପତ୍ର, ସୁଶାନ୍ତ କୁମାର ସାହୁ, ସୂର୍ଯ୍ୟନାରାୟଣ ସାହୁ, ଗୋପାଳ କୃଷ୍ଣ ପଣ୍ଡା, ପ୍ରଦୀପ କୁମାର ମହାନ୍ତି. ନାମାଙ୍କନ ଦାଖଲ କରି ଅଛନ୍ତି.



Post a Comment

0 Comments