ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତ ନାଁରେ ମୋହର ମାରିଲା ଦଳ*

 



*_ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଏନେଇ ବିଜେପି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି । ତେବେ ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ ଟେଟେ ସୂଚନା ଦେଇଛନ୍ତି ।_*


*_ଆଜି ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଲେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ନିର୍ବାଚନକୁ ଆଉ ଖୁବ୍ କମ୍ ଦିନ ରହିଛି । ଡେସେମ୍ବର ୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ତେଣୁ ପ୍ରାର୍ଥୀ ଘୋଷଣା ପାଇଁ ବିଜେଡି ଏବଂ କଂଗ୍ରେସ ହାତରେ ରହିଛି ମାତ୍ର ୬ଦିନ । ୧୮ ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର_*

Post a Comment

0 Comments