ଦଶପଲ୍ଲା-୨୭/୦୨
୫୭ନଂ ଜାତୀୟ ରାଜପଥର ହରିଡାବାଡି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଆଜି ରାତି ୧୦ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ଯକ୍ତି ମ୍ରୁତ୍ୟୁ ବରଣ କରିଛନ୍ତି। ମ୍ରୁତକ ଜଣକ ହେଲେ ଖମାରସାହିର ପ୍ରଶନ୍ନ ପାତ୍ର। ପ୍ରଶନ୍ନ ବାଇକ ନମ୍ବର ଓଡି ୨୫ ଏଲ୍ ୧୧୯୯ ଯୋଗେଁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ପିକପ୍ ଭ୍ୟାନ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମ୍ରୁତ୍ୟୁ ଘଟିଛି। ପିକପ୍ ନଂ ଓଡି ୦୮ କେ ୦୫୫୨। ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।
0 Comments