ବାହାଡ଼ଝୋଲାରେ ବିଶାଳ ମହିଳା ଜନସମ୍ପର୍କ ପଦଯାତ୍ରା ,ତୃଣମୂଳସ୍ତରରୁ ମହିଳାମାନେ ସଜାଗ ରହିଲେ ବିଜେଡି ମଜବୁତ ହେବ

 



ବାହାଡ଼ଝୋଲାରେ ବିଜେଡିର ମହିଳା ସମାବେଶ 

ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ସ୍ଥିର ଶାସନ ଦେଇ ଆସିଛି। ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଛି।ନାରୀ ସଶକ୍ତିକରଣ ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣାୟନ କରିଛନ୍ତି।ଏହାଛଡ଼ା ଜନ୍ମଠାରୁ ମୃତ୍ୟ, ବିବାହଠାରୁ ପ୍ରସବ ସବୁଠାରେ ସବୁ ସମୟରେ ନବୀନ ବାବୁ ଲୋକମାନଙ୍କ ନିକଟରେ ରହିଛନ୍ତି। ଅନୁସୁଚୀତ ଜାତି ଓ ଜନଜାତି, ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ସାମାଜିକ ନ୍ୟାୟ ଦେବାରେ ପାତର ଅନ୍ତର କରିନାହାନ୍ତି ବିଜେଡି ସରକାର ବୋଲି ନୂଆଗାଁ ବ୍ଲକ ୧୬ ନଂ ଜୋନର ୮ ଗୋଟି ପଞ୍ଚାୟତକୁ ନେଇ ରବିବାର ବାହାଡ଼ଝୋଲା ଠାରେ ଆୟୋଜିତ ମହିଳା ସମାବେଶରେ କହିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।


ଆଜି ଅପରାହ୍ନ ସମୟରେ ଫୁଲେଶ୍ୱର ମହାଦେବଙ୍କ ଠାରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ବାହାରି ମାଣିକପାଟଣା ହାଟଠାରେ ପହଞ୍ଚିଥିଲା।ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ମହିଳା ସେଲ ରାଜ୍ୟ ଉପସଭାପତି ସଂଯୁକ୍ତା ଦାସ ଗୁପ୍ତା,ନୂଆଗାଁ ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ସ୍ନେହଲତା ବେହେରାଙ୍କ ସମେତ ନାରୀନେତ୍ରୀମାନେ ଉପସ୍ଥିତ ରହି ନୂଆଗାଁ ବ୍ଲକ ବିଜେଡିର ଗଡ଼ ରହିଛି। ରାଜ୍ୟରେ ନବୀନ ସରକାର ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ। ଏହି ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିବା ଜଣାପଡିଛି।https://www.facebook.com/100084339372423/videos/650022186773756/

https://m.facebook.com/story.php?story_fbid=pfbid0Q5ra62xAvPr2P9TF26zQWXY554NMgPk9TqTRs1mc6JmRoRi85BFxCxx8qDUuZZncl&id=100084339372423&sfnsn=wiwspmo

Post a Comment

0 Comments