ନୟାଗଡ ଜିଲ୍ଲା ନୂଆଗାଁ ସଦର ମହାକୁମାରେ ଥିବା ବ୍ଲକ ଶିକ୍ଷା କାର୍ଜ୍ୟାଳୟ ମଧ୍ୟରେ ଆଜି ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଦ୍ବାରା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ ଏକହୋଇ ବିରାଟ ରାଲିରେ ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ମଧ୍ୟରେ ଉପସ୍ଥିତ ହୋଇଥିଲେ. ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ. ଦାବିଗୁଡିକ ହେଲା ଦରମା ଅସଂଗତି ଦୁରକରିବା, ସମାନ କାମକୁ ସମାନ ଦରମା, ଶିକ୍ଷକଙ୍କ ପାଇଁ ପେନସନ ଲାଗୁ, ଶିକ୍ଷା ସହାୟକ ଅବଧିର ଛଅ ବର୍ଷରୁ ମୂଳ ଚାକିରୀରେ ଗଣନା କରାଯାଇ ଛଅ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ଚୁକ୍ତିଭିତିକ ନିଯୁକ୍ତି ଉଛେଦ କରିବା, ନିୟମିତ ପଦ ନ୍ନତି ଦେବା ବ୍ୟବସ୍ଥା କରିବା, ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ଼ପେ ୪୨000କରିବା, ବ୍ଲକ ଗ୍ରାଣ୍ଟ ଉଛେଦ କରି ସଭିଙ୍କୁ ପୂର୍ଣ୍ଣ ସରକାରୀ କର୍ମଚାରୀ ଘୋଷଣା କରିବା,୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ OTET ଉଛେଦ କରିବା, OTET ଆଳରେ ନିୟମିତରୁ ବଂଚିତ ଗଣଶିକ୍ଷକଙ୍କୁ ନିୟମିତ କରିବା, ପାର୍ଟ ଟାଇମ ଶିକ୍ଷକନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା, ଶ୍ରେଣୀ ସଂଖ୍ୟା ଅନୁଯାଇ ପ୍ରତି ଶ୍ରେଣୀରେ ଜାଣେ ଶିକ୍ଷକ ନିଯୁକ୍ତି କରିବା. ଭଳି ଦାବି ଉପସ୍ଥାପନ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜ୍ଵଛନା ରାନୀ ସେଠିଙ୍କୁ ଦିଆଯାଇଥିଲା. ଆଜିର କାର୍ଯ୍ୟକ୍ରମକୁ ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ବିନାୟକ ପରିଡାଙ୍କ ତତ୍ୱାବଧାନରେ ବିଭିନ୍ନ ବର୍ଗର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ.
https://youtu.be/WLmtdSSapXg?si=bZbAhLDXZapOQTJh
0 Comments