ଆଜି ନୂଆଗାଁ ବ୍ଲକ୍ର ସୋରଡ଼ା ଗ୍ରାମ ପଞ୍ଚାୟତର ୧୫ ଜଣ କିଶୋରୀଙ୍କୁ ନେଇ C3 ଅନୁଷ୍ଠାନ ଦ୍ୱାରା ଏକ ଏକ୍ସପୋଜର ଭିଜିଟ୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) କାର୍ଯ୍ୟାଳୟ, ନୂଆଗାଁ ଥାନା ଏବଂ ଦଶପଲ୍ଲା ଆଇ.ଟି.ଆଇ. ପରିଦର୍ଶନ କରିଥିଲେ।
ନୂଆଗାଁ ବି.ଡି.ଓ. ଡ. ଅମୃତ କୁମାର ରାଉଳ ଛାତ୍ରୀମାନଙ୍କୁ ସିଭିଲ ସର୍ଭିସରେ ଯୋଗଦାନ ପାଇଁ ମାର୍ଗଦର୍ଶନ କରିଥିବା ସହ ବ୍ଲକ୍ ପ୍ରଶାସନର ଜନସେବା କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଶ୍ରୀମତୀ ଶୁଭ୍ରାକେଶୀ ମଲ୍ଲିକ୍, CDPO, ନୂଆଗାଁ, ଶିଶୁ ଅଧିକାର ଓ ସୁରକ୍ଷା ସହ ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଏହା ସହିତ, ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଦିଲୀପ କୁମାର ଧଳ ଛାତ୍ରୀମାନଙ୍କୁ ଆଇନ ସହାୟତା, ପୋଲିସର କାର୍ଯ୍ୟ, ଅପରାଧୀ ଦମନ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ବିଷୟରେ ସୂଚନା ଦେଇଥିଲେ। ସେ ଶିଶୁ ସୁରକ୍ଷା ଓ ଅଧିକାର ସହ ଜଡ଼ିତ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ (JJB) ଏବଂ ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସେସ୍ ଆକ୍ଟ (POCSO), ୨୦୧୨ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ପୋଲିସ ବିଭାଗ ପକ୍ଷରୁ, ସେ ବିଭିନ୍ନ ପରିସ୍ଥିତିରେ ପିଲାମାନଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ JJB ଏବଂ POCSO ଆଇନର ଭୂମିକା ବିଷୟରେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମ C3 ଅନୁଷ୍ଠାନର ବ୍ଲକ୍ ସଂଯୋଜକ ସୌଜନ୍ୟା ନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଭିଜିଟ୍ ଛାତ୍ରୀମାନଙ୍କୁ ସରକାରୀ ସଂସ୍ଥା ଓ ସେବା ବିଷୟରେ ସଚେତନ କରାଇବା ସହ ସେମାନଙ୍କ ମନରୁ ପୋଲିସ ପ୍ରତି ଭୟ ଦୂର କରିବାରେ ସହାୟକ ହୋଇଥିଲା।
0 Comments