ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

 



ନୂଆଗାଁ ଶିକ୍ଷା ବିଭାଗ ଅଧିନସ୍ଥ ମହିପୁର ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଶିକ୍ଷା କାର୍ଯ୍ୟାଳୟରୁ ଆସିଥିବା ପ୍ରଶିକ୍ଷକ ଘନଶ୍ୟାମ ରାଉତ, ନିରଞ୍ଜନ ପ୍ରଧାନ, ଗୋସ୍ୱାମୀ ଦାସ ପ୍ରମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିସôା ବାବଦରେ ବୁଝାଇବା ସହ ବିଭିନ୍ନ ଚିକିତ୍ସାର ନିରାକରଣ ନିମନ୍ତେ ଆବଶ୍ୟକ ସ୍ଥଳେ କେଉଁସବୁ ପଦ୍ଧତି ଅବଲମ୍ବନ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ମହିପୁର ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଦିଲୀପ କୁମାର ଦାସ, ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଅନ୍ତର୍ଯ୍ୟାମୀ ମହାରଣା, ସୁବାଷ ଚନ୍ଦ୍ର ସାହୁ, ଗୀତାଞ୍ଜଳୀ ସାହୁ, ଆଲୋକ କୁମାର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା ଏବଂ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ ।


Post a Comment

0 Comments