ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ନୟାଗଡ଼ ପାଣିପୋଇଲା ଚିନି କଳ ନିକଟରେ ମର୍ମନୁଦ ଦୁର୍ଘଟଣା, ଯୁବକ ମୃତ, ମୃତ ଯୁବକ ଜଣକ ହେଲେ ଯୋଗିଆପଲ୍ଲୀ ଗାଁ ର ଧୋବା ପ୍ରଧାନ ଙ୍କ ପୁଅ ବଳରାମ ପ୍ରଧାନ,, ଘଟଣା ଅନୁଯାୟୀ ଖଣ୍ଡପଡ଼ାଅଂଚଳ ରୁ ନାୟକ ଆଣ୍ଡ ନାୟକ ବସ ଦ୍ରୁତ ଗତି ରେ ଆସୁଥିବା ବେଳେ ନୟାଗଡ଼ ପଟୁ ବଳରାମ ନିଜର ବାଇକ ନେଇ ଆସୁଥିଲେ, ବସ ଟି ଭାରସାମ୍ୟ ହରାଇ ବଳରାମ ଙ୍କ ବାଇକ ଧକ୍କା ଦେଇ ଥିଲା, ଫଳରେ ବଳରାମ ଛିଟିକି ପଡି ଘଟଣା ସ୍ଥଳ ରେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ବଳରାମ ଙ୍କ ମୃତ୍ୟୁ ହୋଇଥିଲା, ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳ ରେ ପହଂଚିଥିଲେ, ସେଇ ଦୁର୍ଘଟଣା ସମୟ ରେ ଜନ ସାଧାରଣ ବସ କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବସ କୁ ଅଟକାଇ ପାରିନଥିଲେ,, ବସ ଘଟଣା ସ୍ଥଳ ରୁ ଚାଲି ଯାଇଥିଲା, ପରବର୍ତୀ ସମୟ ରେ ପୋଲିସ ଖବର ପାଇଁ ବସ କୁ ହେପାଜତ କୁ ନେଇ ଥିବା ବେଳେ ଡ୍ରାଇଭ ର କୁ ଅଟକ ରଖିଥିବା ସୂଚନା ମିଳିଛି, ଏପଟେ ପରିବାର ଲୋକେ ଓ ଗ୍ରାମବାସୀନ୍ୟାୟ ପାଇବା ପାଇଁ ବଳରାମ ଙ୍କ ଶବ କୁ ରାସ୍ତା ଉପରେ ରଖୀ ରାସ୍ତା ରୋକ କରିଥିବା ବେଳେ ଘଟଣା ସ୍ଥଳ ରେଉପଜିଲ୍ଲାପାଳ କର୍ଣ ଦେବ ସମାଦାର ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,, ତହସିଲଦାର, ପୋଲିସ ପ୍ରଶାସନ ପହଂଚି ଉପସ୍ଥିତ ଜନସାଧାରଣ ତଥା ରାସ୍ତାରୋକ କରିଥିବା ପରିବାର ଲୋକ ଙ୍କୁ ବୁଝାସୁଝାପରେ ରାସ୍ତା ରୋକ ହଟି ଥିବା ସୂଚନା ମିଳିଛି .
0 Comments