ନୂଆଗାଁ ବ୍ଲକ ସ୍ୱାଧୀନତା ଦିବସ ପାଈଁ ପ୍ରସ୍ତୁତି ବୈଠକ

 



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି ୧୨ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ , ହାଇସ୍କୁଲ ,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା କିଭଳି କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଥିଲା। କମିଟିର ନିଷ୍ପତି କ୍ରମେ

ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ

ଦେଶାତ୍ମକ, ଭଜନ ସଂଗୀତ ପ୍ରତିଯୋଗୀତା ।

ଚତୁର୍ଥ ରୁ ପଞ୍ଚମ

ରଚନା(ଭାରତ ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ) ,

ତର୍କ (ମା ପାଇଁ ଗଛଟିଏ)ଓ କୁଇଜ ପରତିଯୋଗୀତା ।

 ଷଷ୍ଠରୁ ଅଷ୍ଟମ

ରଚନା (ଆସ ସ୍କୁଲ ଯିବା  ) 

ତର୍କ (ପରିବେଶ ସୁରକ୍ଷା ଓ ବିକାଶ)

ନବମ ରୁ ଦଶମ

ରଚନା (ସାପ ଓ ମାନବଜୀବନ

ତର୍କ (ଆଜିର ସମାଜରେ ନାରୀ ସୁରକ୍ଷିତ କି ?) ?

 ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପାଇଁ

ରଚନା(ଆମ ସୌର୍ଯ୍ୟର ପ୍ରତୀକ ଅପରେସନ ସିନ୍ଦୁର)

ତର୍କ (ସାମ୍ପ୍ରତିକ ଶିକ୍ଷାନୁଷ୍ଠାନରେ ଛାତ୍ରୀର ସୁରକ୍ଷା,)

+୩ ଡିଗ୍ରୀ କଲେଜ

ରଚନା -(ବିକଶିତ ଭାରତ ଗଠନରେ ଜାତୀୟ ଶିକ୍ଷା ନୀତି)

 ତର୍କ (ସାମ୍ପ୍ରତିକ ପାରିଥିତିରେ ଗାନ୍ଧୀବାଦର ପ୍ରସଂଗୀକତା)

 


ନିର୍ଧାରିତ ସମୟରେ ନୂଆଗାଁ ପାଇମେରୀ ସ୍କୁଲ ମଧ୍ୟରେ ପ୍ରଥମରୁ ପଞ୍ଚମ  ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୦୮  /୦୮/୨୫  ଋଖ ଦିନ ୧୦ ଘଟିକା ସମୟରେ ନୂଆଗାଁ ଉଚ୍ଚ ବିଦ୍ୟାଲୟ ପରିସରରେ ଷଷ୍ଠ ରୁ ଦଶମ ଛାତ୍ରଛାତ୍ରୀ ପ୍ରତି ଯୋଗୀତା କରାଯିବ ପାଇଁ ନିସ୍ପତି ହୋଇଛି । ଆଜିର ବୈଠକ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଆମ୍ବଝରୀସରକାରୀ ପ୍ରାଥମିକ ବିଦ୍ୟାଳୟ କାଚପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର . ନୂଆଗାଁ ଆଦର୍ଶ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ,ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ନୂଆଗାଁ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ଭାଗ ନେବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ର ଛlତ୍ରୀମାନେ ନିଜସ୍ଵ କଲେଜରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସ୍ଵାଧୀନତା ଦିବସ ଶାନ୍ତି ଶୃଙ୍ଖଳାର ସହିତ ନୂଆଗାଁ ସ୍କୁଲ ପଡି ଆରେ ଅନୁଷ୍ଠିତ ହେବ ପାଇଁ ନିସ୍ପତି କରାଯାଇଛି । ନିସ୍ପତି କ୍ରମେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ୯ ଘଟିକା ସମୟରେ ପତାକା ଉତୋଲନ କରିବା ସହ  ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ . ତତ ସହିତ ଛାତ୍ର ଛାତ୍ରୀ ଦ୍ଵାରା ପ୍ୟାରେଟ କାଯିବ । ଆଜିର ବୈଠକରେ ନୂଆଗାଁ ବିଡିଓ ଅମୃତ କୁମାର ରାଉଳ ବ୍ଲକ,ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା , ଆସସିଷ୍ଟାଣ୍ଡ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ଏବିଡ଼ିଓ ଜ୍ୟୋଛଣା ରାଣୀ ସେଠୀ,ସ୍ଵର୍ଣସାରିକା ଜେନା, ମନୋଜ କୁମାର ବେହୁରା, ଚନ୍ଦ୍ର ଶେଖର ମତ, ସିଡିପିଓ ଶୁଭରାକେଶୀ ମାଲିକ. ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Post a Comment

0 Comments