।
ଦଶପଲ୍ଲା ପ୍ରକାଶ ପାଇଲା + ୨ ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଲେଜର ଗତକାଲି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହା ମଧ୍ୟରେ ଦଶପଲ୍ଲାସ୍ଥିତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର କଳା ଓ ବିଜ୍ଞାନ ପରୀକ୍ଷାର ଫଳାଫଳ ମଧ୍ୟରେ ବିଜ୍ଞାନରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । କଳାରେ ସମୁଦାୟ ୨୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଅର୍ଚ୍ଚିତା ବେହେରା ସର୍ବୋଚ୍ଚ ୫୨୭ ନମ୍ବର ରଖିଛନ୍ତି । ଏହି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୫୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୪୫ ଜଣ ଓ ୩ୟ ଶ୍ରେଣୀରେ ୬୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨ ଜଣ ଅନୁପସ୍ଥିତ ଥିବା ବେଳେ ୪୦ ଜଣ ପରୀକ୍ଷାରେ ଫେଲ୍ ହୋଇଥିବା କଲେଜ ପକ୍ଷରୁ ସୂଚନା ମିଳିଛି ।
ସେହିଭଳି ବିଜ୍ଞାନ ପାସ୍ ହାର ଉପରେ ନଜର ପକାଇଲେ ଅଭୟ ସାହୁ ସର୍ବୋଚ୍ଚ ୫୫୮ ନମ୍ବର ରଖିଛନ୍ତି । ସମୁଦାୟ ୧୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୫୬ ଜଣ, ୨ୟ ଶ୍ରେଣୀରେ ୨୪ ଓ ୩ୟ ଶ୍ରେଣୀରେ ୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୪ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି | କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟରେ ୨୧୩
ଜଣ ଛାତ୍ରୀ କଳାରେ ପରୀକ୍ଷା ଦେଇଥିଲେ । ସୁଚିତ୍ରା ଖଟେଇ ୫୩୬ ନମ୍ବର ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୬୬ ଜଣ, ୨ୟ ଶ୍ରେଣୀରେ ୩୯ ଜଣ ଓ ୩ୟ ଶ୍ରେଣୀରେ ୮୫ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୧ ଜଣ ଛାତ୍ରୀ ଫେଲ୍ ହୋଇଥିବା ବେଳେ ୨ ଜଣ ଛାତ୍ରୀ ଅନୁପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେବୀ ସୂଚନା ଦେଇଛନ୍ତି । ବୁଗୁଡ଼ାସ୍ଥିତ ମଣିନାଗ ବହୁମୁଖୀ ମହାବିଦ୍ୟାଳୟରେ ୭୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯ ଜଣ, ୨ୟ ଶ୍ରେଣୀରେ ୧୧ ଜଣ ଓ ୩ୟ ଶ୍ରେଣୀରେ ୩୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ବାଣିଗୋଛା ନେତାଜୀ ସୁଭାଷ ବୋଷ (ଜୁ) ମହାବିଦ୍ୟାଳୟରେ ପାସ୍ ହାର ୯୪ ପ୍ରତିଶତ ହୋଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ମୁଦୁଲି କହିଛନ୍ତି। ୧୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବାବେଳେ ୨ ଜଣ ଫେଲ୍ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨୨ ଜଣ, ୨ୟ ଶ୍ରେଣୀରେ ୧୫ ଜଣ ଓ ୩ୟ ଶ୍ରେଣୀରେ ୭୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ତମନ୍ନା କଲେଜରେ ୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ପ୍ରଥମ ଶ୍ରେଣୀ, ୨୩ ଜଣ ୨ୟ ଶ୍ରେଣୀ ଓ ୨୫ ଜଣ ଛାତ୍ରଛାତ୍ରୀ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
0 Comments