ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ । ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟାପକ ବ୍ୟବସ୍ଥା କରିଛି ।ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ।ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି।
ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ, ଯଦି ଭାଇରାଲ ହୁଏ ଏଥିରୁ ଜଣାପଡିଯିବ।୩୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ । ମୋଟ ୪୭ଟି ମୂଲ୍ୟାୟନ କେନ୍ଦ୍ର ରହିଥିବାବେଲେ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ୧୨ ତାରିଖରୁ ୧୯ ଭିତରେ ସୁବୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ଆସନ୍ତା ୧୦ ତାରିଖରୁ www.bseodisha.ac.inରୁ ଛାତ୍ରଛାତ୍ରୀମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।
0 Comments