ଖବର ଆଜିର, ୮ ଫେବ୍ରୁଆରୀ, ଶନିବାର



  • ଏବର୍ଷ ଗରମ ପ୍ରବଳ ହେବ, ଜଙ୍ଗଲରେ ଅଧିକ ନିଆଁ ଲାଗିବ, ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୭୯୩ ବନାଗ୍ନି ଚିହ୍ନଟ
  • ଆସନ୍ତା ସପ୍ତାହରୁ ଲାଗୁହେବ ନୂଆ ଆୟକର ବିଲ୍‌, ଷାଠିଏ ବର୍ଷର ପୁରୁଣା ଆଇନ ବଦଳିବ

  • ‘ସୁଭଦ୍ରା’ ମାଗଣା ଟଙ୍କାବଣ୍ଟା ଯୋଜନାର ମୋଟ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଁଚିଲା। ୧୮ ଲକ୍ଷରୁ ଅଧିକ ମହିଳା ଆଜି ପାଇବେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

  • ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପ୍ରିଲିମ୍‌ ପରୀକ୍ଷାରେ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ, ସେଥିରେ ୧୫୭୩ ଜଣ ମହିଳା

  • ରାୟଗଡା ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବ ଅନୁମୋଦନ। ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ହେବ, ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ

  • ମେ ୪ ତାରିଖରେ ହେବ ନିଟ୍-ୟୁଜି ପରୀକ୍ଷା, NTA ପକ୍ଷରୁ ସୂଚନା ଜାରି

  • ମାର୍ଚ୍ଚ ମାସରେ ମିଳିବ ଆୟୁଷ୍ମାନ ମାଗଣା ଚିକିତ୍ସା କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ

  • ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ  ସାର୍ବଜନୀନ କରିଦେଲେ

  • ଭୁବନେଶ୍ବରରେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି, ଆଜି କରିବେ ଅଭ୍ୟାସ 

  • ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଚାଲିଛି ତୁଟୁକା ଚିକିତ୍ସା। ମନ୍ତୁରା ପାଣି ଓ ମୟୁର ପରର ଚମତ୍କାରରେ ରାଜଧାନୀ ଶିକ୍ଷିତ ବର୍ଗ

  • ରାଉରକେଲାରେ ଲଗାତାର ତିନିଦିନ ଦୁର୍ଘଟଣା, ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର 

  • ମୟୁରଭଞ୍ଜ ଶିମିଳିପାଳ ରେ କଲରାପତରିଆ ଚମଡ଼ା ଜବତ, ୬ ଅଟକ

  • ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ, ଉଭୟ ପକ୍ଷରୁ ଗୁଳି ବିନିମୟ

  • ଗଞ୍ଜାମରେ ଟମାଟୋ କିଲୋ ହେଇଗଲା ଦୁଇଟଙ୍କା, ଫସଲ ତୋଳିବାକୁ ଚାଷୀ ଅମଙ୍ଗ

  • ମାଲକାନଗିରି ରେ ସୁନା ସଫା କରିଦେବା ନାମରେ ଠକେଇ, ୨ ଅଭିଯୁକ୍ତ ଗିରଫ

  • ରାୟଗଡ଼ା ଜିଲ୍ଲା ଗୁଲୁମୁଣ୍ଡା ପାକା ନିକଟ ରାସ୍ନାରେ ଫ୍ଲାଇଆସ ଇଟା ବୋଝେଇ ଟ୍ରାକ୍ଟର ଓଲଟି ତିନି ଶ୍ରମିକଙ୍କ ମୃତ୍ୟୁ

  • ସମ୍ବଲପୁର କୁଚିଣ୍ଡା ପାଖରେ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ନବଦମ୍ପତିଙ୍କ ସମେତ ୫ ଆହତ

  • ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ

  • ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଓ ୪ ସହଯୋଗୀ।

  • କେଜରିବାଲ ଙ୍କ ଅଭିଯୋଗ, ବାରମ୍ବାର ଅନୁରୋଧ ସତ୍ତ୍ୱେ ବୁଥରେ ପଡ଼ିଥିବା ଭୋଟ ସଂଖ୍ୟା ନିର୍ବାଚନ କମିଶନ ଅପଲୋଡ କରୁନାହାନ୍ତି

  • ରିଜର୍ଭ ବ୍ୟାଙ୍କ କମାଇଲା ରେପୋ ରେଟ। କମି ପାରେ ଘର, କାର, ପର୍ସନାଲ ଋଣ ସୁଧ

  • ପାକିସ୍ତାନ ସେନାର ଏନକାଉଣ୍ଟରରେ ୧୨ ଆତଙ୍କବାଦୀ ମୃତ

  • ମୋଟ ୪୮୭ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇଦେବ ଆମେରିକା
  • =======================
  • ଆଜି ବିଶ୍ୱ ସହରୀକରଣ ଦିବସ

  • ଆଜି ଜନ୍ମଦିନ: ଡଃ ଜାକୀର ହୁସେନ, ଜଗଜିତ ସିଂ, ମହମ୍ମଦ ଆଝାରୁଦ୍ଦିନ

  • ଇତିହାସରେ ଆଜି: (୧୯୪୩) ନେତାଜୀ ସୁଭାଷ ଜଳପଥରେ ଜର୍ମାନୀରୁ ଜାପାନ ଗଲେ/ (୨୦୦୮) ଭୁବନେଶ୍ୱର ଶିଶୁପାଳଗଡ଼ ରେ ମାଟିତଳୁ ୨୫୦୦ ବର୍ଷ ପୁରୁଣା ସହର ଆବିଷ୍କୃତ/ (୧୯୭୧) ଇଲେକ୍ଟ୍ରୋନିକ ଷ୍ଟକ ଏକ୍ସଚେଞ୍ଜ ନାସଡ଼ାକ ଆରମ୍ଭ/ (୧୯୮୬) ଦିଲ୍ଲୀ ଏୟାରପୋର୍ଟ ରେ ପ୍ରିପେଡ ଟାକ୍ସି ସେବା ଆରମ୍ଭ/ (୧୯୯୪) କପିଳଦେଵ ୪୩୨ ୱିକେଟ ନେଇ କଲେ ବିଶ୍ୱ ରେକର୍ଡ
  • =======================


Post a Comment

0 Comments