ଜାତୀୟ ରାଜପଥ ନଂ ୫୭ ପଞ୍ଚୁପାଣ୍ଡଵ ନିକଟରେ ଦୃଘଟଣା,୨ମୃତ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ ନଂ ୫୭ପଞ୍ଚୁପାଣ୍ଡଵ ମନ୍ଦିର ନିକଟରେ ଘଟିଛି ମର୍ମତୁଦ ସଡ଼କ ଦୃଘଟଣା. ଏହି ଦୃଘଟଣାରେ ୨ ଜଣ ବାଇକ ଆରୋହୀ ଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିକିଛି. ସୂଚନା ମୁତାବକ ସୁଧୀର ମଲିକ ଗ୍ରାମ କପାଗାଡୁ ଓ ଆଶିଷ ଯାନୀ, ଗ୍ରାମ ଗୁଣ୍ଠାପାଜୁ ଦୁଇଜଣ ଏକ ଗ୍ଲାମର ଗାଡି ନଂ OD12B7821 ଦ୍ୱାରା ଯାଉଥୁବା ସମୟରେ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଗଛରେ ଧକା ଦେଇଥିଲେ. ଯଦ୍ୱାରା ଦୃଘଟଣା ଘଟିଥିଲା. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଦୁଇଜଣଙ୍କୁ ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି.ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ଦୁଇଜଣ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରାଯାଇଛି. ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଥୁବାର ସୂଚନା ମିଳିଛି.

Post a Comment

0 Comments