ନୂଆଗାଁ ବ୍ଲକ କୃଷି କାର୍ଯ୍ୟ।ଳୟ ମଧ୍ୟରେ ଆଜି ଜୈବିକ ସାର ପ୍ରସ୍ତୁତି ଓ ବ୍ୟବହାର କିଭଳି କରାଯିବ ସେ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଗୋଇଯାଇଛି । ଉକ୍ତ ଶିବିରରେ ଦଶପଲା ,ନୂଆଗାଁ ଜକେଡ଼ା ,ଉଦୟପୁର ,ଗୁମି ଅଞ୍ଚଳର କୃଷକ ମାନେ ଉପସ୍ଥିତ ରହିଥିଲେ । ପାରମ୍ପରିକ କୃଷି କ୍ଷେତ୍ରରେ କୃଷକ ମାନେ ରାସାୟନିକ ସାର ବ୍ୟବହାର ନ କରି କିଭଳି ନିଜେ ଜୈବିକ ସାର ପ୍ରସ୍ତୁତ କରିବା ସହିତ ଜୈବିକ ପଦ୍ଧତିରେ ଜୈବିକ ସାର ବ୍ୟବହାର କରାଯିବ ସେ ନେଇ ପ୍ରଶିକ୍ଷଣ ନେଇଥିଲେ ।
ଆଇ କନସେପ୍ଟ ,ନୂଆଗାଁ ସଖା ଏହି ପ୍ରଶିକ୍ଷଣ ଶିବିକୁ ଆୟୋଜନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ବିନୟ ଏମଆର ,ଭୁବନେଶ୍ବର କୃଷି ବିଭାଗ ,ନୂଆଗାଁ କୃଷି ବିଭାଗ ମୁଖ୍ୟ ନୀହାର ରଞ୍ଜନ ପୃଷ୍ଟି ,ବିରେନ୍ଦ୍ର ମହାନ୍ତି ,କୁମୁଦିନୀ ଦେଇ (କୃଷି ଅଧିକାରୀ )ପିନ୍ତୁ ବେହେରା ସୁପସ୍ଥିତ ରହିଥିଲେ । ତତ ସହିତ ଆଇ କନସେପ୍ଟ ,ନୂଆଗାଁ ସଖା ଶାଖାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
0 Comments