ନୂଆଦିଲ୍ଲୀ: ୟୁରୋପୀୟ ସଂଘର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା ଗୁରୁବାର କହିଛି ଯେ ୨୦୨୫ ଜାନୁଆରି ହେଉଛି ବିଶ୍ୱର ସବୁଠାରୁ ଉଷ୍ମ ଜାନୁଆରି। ଏହି ମାସରେ ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୩.୨୩ ଡିଗ୍ରି ଅର୍ଥାତ୍ ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୭୫ ଡିଗ୍ରି ସେଲସିୟସ ଅଧିକ ଥିଲା। ରିପୋର୍ଟ ଅନୁସାରେ, ୨୦୨୫ ଜାନୁଆରି ହେଉଛି ଆଉ ଏକ ଆଶ୍ଚର୍ଯ୍ୟଜନକ ମାସ, ଯାହା ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଲା ନିନା ସ୍ଥିତିର ବିକାଶ ଏବଂ ବିଶ୍ୱ ତାପମାତ୍ରା ଉପରେ ଏହାର ସାମୟିକ ଶୀତଳ ପ୍ରଭାବ ସତ୍ତ୍ୱେ ଗତ ଦୁଇ ବର୍ଷ ମଧ୍ୟରେ ଦେଖାଯାଇଥିବା ରେକର୍ଡ ତାପମାତ୍ରା ଜାରି ରଖିଛି। କୋପରନିକସ୍ ୨୦୨୫ରେ ସମୁଦ୍ରର ତାପମାତ୍ରା ଓ ଜଳବାୟୁ ପ୍ରଭାବ ଉପରେ ତୀକ୍ଷ୍ଣ ନଜର ରଖିବ ବୋଲି ୟୁରୋପୀୟ ମଧ୍ୟମ-ଦୂରତା ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଷ୍ଟ୍ରାଟେଜିକ୍ (ଜଳବାୟୁ) ମୁଖ୍ୟ ସାମନ୍ଥା ବର୍ଗେସ୍ କହିଛନ୍ତି।
୨୦୨୪ ଫେବ୍ରୁଆରିରୁ ୨୦୨୫ଜାନୁଆରି ଅବଧି ୧୯୯୧-୨୦୨୦ ହାରାହାରିଠାରୁ ୦.୭୩ ଡିଗ୍ରି ଏବଂ ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୬୧ ଡିଗ୍ରି ସେଲସିୟସ ଅଧିକ ଗରମ ଥିଲା। ୨୦୨୫ ଜାନୁଆରିରେ ୟୁରୋପର ହାରାହାରି ତାପମାତ୍ରା ୧.୮୦ ଡିଗ୍ରି ସେଲସିୟସ ଅଧିକ ଥିଲା, ଯାହାକି ୧୯୯୧-୨୦୨୦ ମଧ୍ୟରେ ଜାନୁଆରି ମାସର ହାରାହାରି ତାପମାତ୍ରାଠାରୁ ୨.୫୧ ଡିଗ୍ରି ସେଲସିୟସ ଅଧିକ। ତେବେ ୨୦୨୦ ଜାନୁଆରି ତୁଳନାରେ ଏହା ଥଣ୍ଡା ଥିଲା ଯାହା ହାରାହାରିଠାରୁ ୨.୬୪ ଡିଗ୍ରି ସେଲସିୟସ ଅଧିକ ଥିଲା। କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା କହିଛି ଯେ ୨୦୨୫ ଜାନୁଆରିରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୦.୭୮ ଡିଗ୍ରି ସେଲସିୟସ ଥିଲା, ଯାହା କି ୨୦୨୪ ଜାନୁଆରି ରେକର୍ଡଠାରୁ ୦.୧୯ ଡିଗ୍ରି ସେଲସିୟସ କମ୍।
0 Comments