କାପ୍ତାପଲ୍ଲୀ ପଂଚାୟତ ରେ ସାମାଜିକ ସମସ୍ୟା ସୁରକ୍ଷ୍ୟା ମେଳା

 



ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ରେ ଗ୍ରାମ ପଂଚାୟତସ୍ତରୀୟ  ସାମାଜିକ ସମସ୍ୟା ସୁରକ୍ଷ୍ୟା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାପ୍ତାପଲ୍ଲୀ ପଂଚାୟତ ଏବଂ ଗ୍ରାମ ବିକାଶ ସଂସ୍ଥାର ମିଳିତ ଉଦ୍ୟମରେ କାପ୍ତାପଲ୍ଲୀ ପଂଚାୟତର ପ୍ରତି ଗ୍ରାମର ଲୋକ ମାନଙ୍କର ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ଗୁଡିକୁ ପୂର୍ବରୁ ତାଲିକା ପ୍ରସ୍ତୁତ କରାଯାଇଥିଲା। ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ସମସ୍ୟା ଗୁଡିକୁ ଉପସ୍ଥାପନା କରାଯାଇଥିଲା। ଏଥିସହିତ ଆଗାମୀ ଗ୍ରାମସଭାରେ ଉକ୍ତ ପ୍ରକଳ୍ପ ଗୁଡିକୁ କିଭଳି ଭାବେ ସରକାରୀ ସ୍ତରରେ ସାମିଲ କରାଯିବା ସହ ଲୋକଙ୍କ ସମସ୍ୟାର ସମାଧାନ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା। ଏଥିସହିତ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇସାଇକେଲ ଓ ହ୍ବିଲଚେୟାର ବଣଟନ କରାଯାଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାପ୍ତାପଲ୍ଲୀ ସରପଂଚ ସାରସଧର ସାହୁ, ସମିତିସଭ୍ୟା ସୁଷମା ଦଳବେହେରା, ନୂଆଗାଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପଣ୍ତା, ଜିପିଡିଓ ଲାଲ ବାହାଦୂର ରଞ୍ଜିତ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ, ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣ ସାରିକା ଜେନା, ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀ, ବାହାଡାଝୋଲା ଫାଣ୍ତି ଅଧିକାରୀ ମହମ୍ମଦ ଜାଫରୁଲ୍ଲା, ଗୁମୀ ବନପାଳ ପବିତ୍ର କୁମାର ପରିଡା, ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀର ଏବଂ ଗ୍ରାମ ବିକାଶ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।


Post a Comment

0 Comments