ଉଦ୍ଜଜାପାନୀ ଉତ୍ସଵ ୭ମ ସଂସ୍କରଣ ,ନୂଆଗାଁ ପଞ୍ଚୁପାଣ୍ତବ ମହୋତ୍ସବ ଉଦଯାପିତ

#ସ୍ମରଣିକା ପାଞ୍ଚାଳୀ ଉନ୍ମୋଚିତ

#କଳାହାଣ୍ତି କଟ୍ଟପା ନୃତ୍ୟ



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚୁପାଣ୍ତବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫  ଆଜି ଉଦଯାପିତ ହୋଇଯାଇଛି। ପ୍ରାରମ୍ଭରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଯୋଗ ଅନୁଷ୍ଠିତ ହୋଇଥିଲା. ମହୀପୁର, ସଂପାଡା, ନୂଆଗାଁ, କୋରଡ଼ା, ସରସ୍ବତୀ ଶିଶୁଵିଦ୍ୟାମନ୍ଦିର, ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ମନେ ନୃତ୍ୟ ପ୍ରଦର୍ଶନ କରିଥିଲେ. ତତ ପରେ ଏକ ସଭାର ଆୟୋଜିତ ହୋଇଥିଲା।ଆସ୍ଥା ଡ୍ୟାନ୍ସ ଏକାଡେମୀ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱରା ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା ଯାହାକି ଦର୍ଶକଙ୍କ ମନ ମୋହିଥିଲା। ଆଜି ଶେଷ ସନ୍ଧ୍ୟାରେ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ସଭାପତି ରମେଶ ଚନ୍ଦ୍ର ବେହେରା, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ସତ୍ୟଭାମା ନାୟକ, ସମାଜସେବୀ ଶଙ୍କର୍ଷଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମଂଚାସୀନ ଅତିଥିମାନଙ୍କ ଦ୍ବାରା ସ୍ମରଣିକା ପାଂଚାଳୀ ଉନ୍ମୋଚିତ ହୋଇଯାଇଛି।ତତ ସହିତ ବିଶିଷ୍ଟ ଅତିଥି ଓ ସାମ୍ବାଦିକ ମାନଙ୍କୁ ସଂମ୍ମ।ନିତ କରାଯାଇଥିଲା ।  ଏଥିସହିତ କଳାହାଣ୍ତି କଟ୍ଟପା ନୃତ୍ୟ, ଅଁଳାଇ ପାଇକ ଆଖଡା, ବଲାଙ୍ଗୀର ମାଲଗଡା ଲୋକନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଶଣ କରାଯାଇଥିଲା। ସେହିପରି କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ଗୀତରେ ଦର୍ଶକ ବିଭୋର ହୋଇଥିଲେ।


ଶେଷରେ ଲରେରି ଉଠାଣ -ପ୍ରଥମ ବିଜେତା ପ୍ରଧାନ ଶିକ୍ଷକ ପ୍ରାଇମେରୀ ସ୍କୁଲ ,ଶିଂଗାରପଲ୍ଲୀ, ଲଟେରୀ ନ -୨୮୨୮ 
                                   ଦିତୀୟ ବିଜେତା -ଶଙ୍କର ଦେହୁରି ,ଲୁଣିସାର ପ୍ରାଇମେରି ସ୍କୁଲ ,ଲଟେରୀ ନ -୭୯୨ 
                                   ତୃତୀୟ ବିଜେତା -ମହାବୀର ସ୍ଵୟମସହାଇକା ଗୃପ ,ରାଧାନାଥପୁର ,ବଡ଼ଗୋଠ ,ଲଟେରୀ ନ -୪୭୧୩ 

Post a Comment

0 Comments