ନୂଆଗାଁ ବ୍ଲକ ବିଜୁ ଜନତା ଦଳର ସଭାପତି ତଥା ସିକ୍ରୀଡା ପଂଚାୟତର ପୂର୍ବତନ ସରପଂଚ ସନାତନ ସାମଲଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବୟସ ହୋଇଥିଲା। କିଛିଦିନ ତଳେ ସେ ଘରକୁ ଫେରୁଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୨୦୧୨ ମସିହାରେ ସିକ୍ରୀଡା ପଂଚାୟତରୁ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ୨୦୨୦ ମସିହାରୁ ବିଜୁ ଜନତା ଦଳର ନୂଆଗାଁ ବ୍ଲକ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ନୟାଗଡ ଜିଲ୍ଲାର ଜଣେ ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ପରିଚିତ ମଧ୍ୟ ଥିଲେ। ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି।
0 Comments