କବିତା , ପ୍ରତିଦାନ

 ପ୍ରତିଦାନ 


-----------

ମା'ମାଟି ମା'କେତେ ଯେ ମହାନ୍ 

ତୁଳନା ତାହାର ନାହିଁ 

ସ୍ବର୍ଗ ଠାରୁ ବଡ଼,ଆକାଶଠୁ ଦୀର୍ଘ 

ସପତ ସାଗରଠୁ ଗଭୀର 

ମାପିବାର ମାନଦଣ୍ଡ କାହିଁ !!

ଦେଉଥିଲେ କଷ୍ଟ, ଯାତନା, ନିର୍ଯ୍ୟାତନା 

କରୁଥିଲେ ଯେତେ ଅତ୍ୟାଚାର 

ପ୍ରତିଦାନେ ତା'ର ଦିଏ--

ଖାଦ୍ୟ,ଜଳ,ଆରାମ,ହସ, ଖୁସି 

ରୋଗ ପାଇଁ ଔଷଧି (ଚେର,ମୂଳ)

ସୁଲୁସୁଲିଆ ପବନ,

ପକ୍ଷୀର କାକଳି 

ପ୍ରାକୃତିକ ସୌନ୍ଦର୍ଯ୍ୟ 

ମନକୁ କରେ ବିମୋହିତ 

ମାଟି ମା'ଦିଏ ଅଯାଚିତ.....।

କଳ ଲଙ୍ଗଳେ କରି କର୍ଷଣ 

ବିଦାରି ବକ୍ଷ -ଘର, ରାସ୍ତା,କଳ କାରଖାନା 

ଫୁଟାଇ ବକ୍ଷ --ପଥର,ମାଟି, ବାଲି, ଗୋଡ଼ି 

କରେନା ସେ ପ୍ରତିବାଦ,

କରେ ସ୍ବାଗତ,

ହସେ ମନ୍ଦମନ୍ଦ.....

ସ୍ମିତ ହସ ---ମା'ର ହସ 

ପୋଡ଼ି ଯାଉପଛେ ହୃଦ

ମନାସେନି କେବେ ମନ୍ଦ.....।

କଷ୍ଟ ଦେଲେ କିଏ ହସେ...??

ଦେଲେ ନିର୍ଯ୍ୟାତନା ମୁଣ୍ଡ ଆଉଁସେ

ଭୋକିଲା, ନଖାଇ ଖୁଆଏ

ଗାଳିଦେଲେ ଆଶୀର୍ବାଦ,

ଅପମାନ ଦେଲେ ସମ୍ମାନ,

ଘୃଣା କଲେ ଆଦର,

ନ ପଚାରିଲେ ବାରମ୍ବାର ପଚାରେ,

ପାଶୋରିଲେ ମନେପକାଏ,

ରୋଗରେ ପଡ଼ି ନୀରୋଗ ମନାସେ,

ମରିବା ଚିନ୍ତିଲେ ଆୟୁଷ ମାଗେ,

କଷ୍ଟରେ ରହି ଖୁସି,

ଦାନ ପ୍ରତିଦାନ ନ ବିଚାରି 

ଲୁହ ଢାଳୁଥାଏ ବସି.......


ଅଦ୍ଭୁତ ଯାଚନା ଅଦ୍ଭୁତ ପ୍ରାର୍ଥନା 

ସର୍ବମସହା ମା' 

ପ୍ରତିଦାନ ଯା'ର କଳନା ନାହିଁ 

ଡାକୁଥାଅ ମା' ମା'........

  ଡାକୁଥାଅ ମା' ମା'........🙏🙏🙏




ପୁରୁଷୋତ୍ତମ ପରିଡ଼ା, ସମ୍ପଡା

Post a Comment

0 Comments