କାହା ପାଖରେ ରହିବ ଦିଲ୍ଲୀରେ କ୍ଷମତା? ସକାଳ ୮ଟାରୁ ଭୋଟ ଗଣତି ହେବ ଆରମ୍ଭ


 ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ଘୋଷଣା ହେବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ଏହି ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତାରେ ରହିବ ନା ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବ। ୨୦୧୫ ଏବଂ ୨୦୨୦ରେ ହୋଇଥିବା ନିର୍ବାଚନରେ ଆପ୍ ଜବରଦସ୍ତ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ବିଜେପି ଆକ୍ରମଣାତ୍ମକ ପ୍ରଚାର ସହ ପଡ଼ିଆକୁ ଓହ୍ଲାଇଥିଲା।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୫ତାରିଖ ଦିନ ମତଦାନ ହୋଇଥିଲା। ମତଦାନ ପ‌ରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ ଆସିଥିଲା। ଅଧିକାଂଶ ସଂସ୍ଥା ଏଥର ଦିଲ୍ଲୀରେ ବିଜେପି ସରକାର ସପକ୍ଷରେ ରିପୋର୍ଟ ଦେଇଥିଲେ।ଆପ୍ ଜିତିଲେ ଆତିଶୀ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ। ଅପରପକ୍ଷରେ ଯଦି ବିଜେପି ବିଜୟୀ ହୁଏ ତେବେ ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ। ଜନସାଧାରଣଙ୍କ ନିଷ୍ପତ୍ତି କେଉଁ ଦିଗକୁ ଯାଉଛି ତାହା ଦେଖିବା ଆକର୍ଷଣୀୟ ହେବ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ ଫଳାଫଳ ଜାଣିବା ପାଇଁ ସମସ୍ତେ ନିଜ ନିଜ ଟିଭି ଓ ମୋବାଇଲରେ ପ୍ରସ୍ତୁତ ଅଛନ୍ତି । ଏହି ପ୍ରତିଯୋଗିତା ଆକର୍ଷଣୀୟ ବୋଲି ଚର୍ଚ୍ଚା ହେଉଛି।

Post a Comment

0 Comments