ବାବା ବାଲୁଙ୍କେଶ୍ୱର

 

ପୁରୁଷୋତମ ପରିଡ଼ା 



ବାଲୁଙ୍କେଶ୍ୱରଙ୍କ ପୟରେ ପଡ଼ି 

ଜଣାଣ କରୂଛି ମୁଁ ହାତ ଯୋଡ଼ି।।

କର କର କର କର କରୁଣା 

ହେବନି କରୁଣା ଭଣ୍ଡାର ଊଣା।।

ବିଜେ କରିଛ ଗମ୍ଭିରା ଭିତର 

ଜାଣୁଛ ଖବର ସାରା ବିଶ୍ବର।।

ବଢାଇ ଦିଅ ସେ କୃପା ପୟର 

ପାପ ନାଶ ହେଉ ଦୀନ ଜନର।।

ପୟର ପୟରେ କରିଛି ଆଶା

ହର ହର ମୋର ଦୁଃଖ ଦୁର୍ଦ୍ଦଶା।।

ପର୍ନଗ ଭୁଷଣ ଭୋଳା ମହେଶ 

ପାପ ତାପ ନାଶି ଦିଅ ଆଶିଷ।।

ଭଷ୍ମ ବିଲେପନ ହେ ମହେଶ୍ୱର 

ଭଷ୍ମ କର ରୋଗ ବ୍ୟାଧି ଶରୀର।।

ପଞ୍ଚାନନ ପ୍ରଭୁ ଶଶାଙ୍କ ଧର 

ଧର ଶୂଳ ନାଶ ଅବନୀ ଭାର।।

ବିଷ ପାନକଲ ହେ ନୀଳକଣ୍ଠ 

ବିଷ ନାଶ କର ହେଉ ବୈକୁଣ୍ଠ।।

ଗଙ୍ଗାଙ୍କୁ ଜଟାରେ କରି ଧାରଣ 

ଶାନ୍ତ କର ପୃଥ୍ବୀ ନାଶି ରାବଣ।।

ଡମ୍ବରୁଧର ହେ ପୀନାକ ପାଣି 

ଦୁଷ୍ଟକୁ ସଂହାର ସମୟ ଜାଣି।।

ବୃଷଭ ପୃଷ୍ଠରେ କରିଣ ବିଜେ

ତ୍ରିଭୁବନ ବୁଲି ଆସ ନିମିଷେ।।

ପ୍ରଳୟ ଆସିଲେ ଜନ ମାନସ 

ତାଣ୍ଡବ ରଚ ହେ ହୋଇ ବିରଷ।।

କଳୁଷ ନାଶ ହେ କୈଳାସ ପତି

ଅଭୟ ଚରଣେ ଦିଅ ମୁକତି।।

ଅଭୟ ଚରଣେ ଗଲି ଶରଣ 

ଶରଣ ଦେଇ ହେ କର କାରଣ।।



ଜୟ ବାବା ବାଲୁଙ୍କେଶ୍ୱର।🙏🏽🙏🏽🙏🏽


ପୁରୁଷୋତ୍ତମ ପରିଡ଼ା, ସମ୍ପଡା।


Post a Comment

0 Comments