ରଥ ଯାତ୍ରା ପାଇଁ ଦଶପଲ୍ଲା ରୁ ପୁରୀ ୩ ସ୍ଵତନ୍ତ୍ର ଟ୍ରେନ


 ନୟାଗଡ ଜିଲ୍ଲା (ଦଶପଲ୍ଲା )ଚଳିତବର୍ଷ ରଥ ଯାତ୍ରା ପାଇଁ ଦଶପଲ୍ଲା ରୁ ପୁରୀ ଗଡିବ ୩ ଟି ସ୍ଵତନ୍ତ୍ର  ଟ୍ରେନ । ରେଳ ବିଭାଗରୁ ମିଳିଥିବା ସୂଚନା ମୁତାବକ ଚଳିତ ମାସ ୭ /୦୭/୨୦୨୪ ନଂ ୦୮୩୩୫ ଦଶପଲ୍ଲା ପୁରୀ ସ୍ଵତନ୍ତ୍ର  ଟ୍ରେନ ରାତି ୨ ଟାରୁ ଛାଡିବ । ସେହି ଟ୍ରେନ ରାତି ୧୨:୪୫ ପୁରୀରୁ ଦଶପଲ୍ଲା ଅଭିମୁଖେ ଛାଡିବ , ଟ୍ରେନ ନଂ ୦୮୩୩୭ ସକାଳ ୮ ଟାରୁ ଦଶପଲ୍ଲା ଛାଡିବ  ୭ ତାରିଖରୁ ୮,୯,୧୦,୧୧,୧୨ ,୧୩ ,୧୪ ,୧୬ ତାରିଖ ଦିନ ପର୍ଯ୍ୟନ୍ତ  । ସେହି ଟ୍ରେନ   ଟ୍ରେନ ପୁରୀରୁ ଦିନ ୧୦ :୪୫ ରୁ ପୁରୀରୁ ଦଶପଲ୍ଲା ଅଭିମୁଖେ ଛାଡିବ । ସେହିପରି ନଂ ୦୮୩୯  ସ୍ଵତନ୍ତ୍ର  ଟ୍ରେନ ଦଶପଲ୍ଲା ପୁରୀ ଦିନ ୧୧ ଘଟିକା ସମୟରେ ଦଶପଲ୍ଲା ଛାଡିବ ସେହି ଟ୍ରେନ ଦିନ ୨ ଟା ରୁ ଦଶପଲ୍ଲା ଅଭିମୁଖେ ପୁରୀରୁ ବାହାରିବ । ଦୈନିକ ଚାଲୁଥିବା ଟ୍ରେନ ସମୟ ନିର୍ଧାରିତ ସମୟରେ ଚାଲୁ ରହିବ ।


Post a Comment

0 Comments