କାପତାପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ




ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ମକରାପଲ୍ଲୀ ଗାଁ ରେ ଲାଗିଲା ନିଆଁ ଦଶ ବଖରା ଚାଳ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ବିଳମ୍ବ ରେ ପହଞ୍ଚିଲା ଓଡଗାଁ ଅଗ୍ନିଶମ ବିଭାଗ | ସବୁଠାରୁ ବଡ଼ କଥା ହେଉଛି ଘଟଣା ସ୍ଥଳରେ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ସରପଞ୍ଚ ସାରସଧର ସାହୁ ପହଂଚି ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ବିଫଳ ହୋଇଥିଲେ | ସଙ୍ଗେସଙ୍ଗେ ଜରୁରୀ କାଳୀନ ସେବା ଓଡଗାଁ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ପହଂଚି ପାରିନଥିଲା ଅଗ୍ନିଶମ ବିଭାଗ ପରିଶେଷରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ ଖବର ପାଇବା ପରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଥିଲେ | ପରବର୍ତୀ ସମୟରେ ଗଞ୍ଜାମ ଅଗ୍ନିଶମ ବିଭାଗ ଆସିବାର 10 ମିନିଟ ପରେ ନୂଆଗାଁ ଅଗ୍ନିଶମ ବିଭାଗ ପହଞ୍ଚିଥିଲା ତଥାପି ଓଡଗାଁ ଅଗ୍ନିଶମ ବିଭାଗ ଗାଡି ପହଂଚି ନଥିଲା | ନିଆଁ ଲିଭିବା ପରେ ଓଡଗାଁ ଅଗ୍ନିଶମ ବିଭାଗ ପହଂଚି ଥିବାରୁ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ସରପଞ୍ଚ ସାରସଧର ସାହୁ ଓଡଗାଁ ଅଗ୍ନିଶମ ବିଭାଗ ଉପରେ ବର୍ଷୀଥିଲେ | ଏପଟେ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତର ସରପଞ୍ଚ ସାରସଧର ସାହୁ କ୍ଷତିଗ୍ରସ୍ତ ପରିବାର କୁ ଶୁଖିଲା ଖାଦ୍ୟ ଦେବା ସହ ଗ୍ରାମପଞ୍ଚାୟତ ତରଫରୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି |

https://fb.watch/q26xTX9ecT/?mibextid=UyTHkb

Post a Comment

0 Comments