ନୂଆଗାଁ,ଓଡ଼ିଶା ପ।ଠାଗାର ସଂଗ୍ରହାଳୟ ଆଂଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ସାରସ୍ୱତ ସାଧକ ଦାଶରଥୀ ପଟ୍ଟନାୟକ (ଦାଶିଆ ଅଜା)ଙ୍କ ପୀଠରେ ଉକôଳ ସାମ୍ୱାଦିକ ସଂଘର ଆଜି ୩୦ ଜିଲ୍ଲାର ସମ୍ୱାଦିକ ପରିଦର୍ଶନରେ ଆସିଥିଲେ । ଦାଶିଆ ଅଜାଙ୍କ ନାତୀ ତଥା ଅନୁଷ୍ଠାନର ସଂପାଦକ ଦିପକ ପଟ୍ଟନାୟକଙ୍କ ତତ୍ୱାବଧାନରେ ଶହେରୁ ଉର୍ଦ୍ଧ ସାମ୍ୱାଦିକ ମାନେ ପ୍ରମୂଖ ଉପସ୍ଥିତ ରହି ଦାଶିଆ ଅଜାଙ୍କ ପ୍ରତିମୃତିରେ ପୁଷ୍ପ ଦେଇ ଗଭିର ଭକ୍ତି ପୂତ ଶ୍ରଦ୍ଧାଜଂଳି ଅର୍ପଣ କରିବା ସହ ଯାହାଙ୍କ ସାଧନା ,ଉଦ୍ୟମ ଓ ନିଷ୍ଠା ବଳରେ ଦାଶରଥୀ ସଂଗା୍ରହାଳୟ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସ୍ସଷ୍ଟି କରିଛ ଯାହା ଆଜି ବିଶ୍ୱ ବାସୀଙ୍କ ପାଈଁ ଅବିସ୍ମରଣିୟ ଓ ଓଡିଆ ଜାତି ପାଇଁ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଥାଉକି- ଦାଶିଆ ଅଜା ଏକ ଗ୍ରାମୀଣ ପରିବେଶରେ ସାଧରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢା ।
ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ । ଓଡ଼ିଶାର ଗାଁ ଗଣ୍ଡା ସହର ବଜାର ଦ୍ୱାର ଦ୍ୱାର ବୁଲି ପୁରାତନ ପୁସ୍ତକ ପତ୍ର ପତ୍ରିକା, ତାଳପତ୍ର ପୋଥୀ ଓ ପୁରାତନ ସଂସ୍କୃତିର ସନ୍ତକଟିଏ ମାଗିଯାଚି କରି ଏକ ଗ୍ରାମୀଣ ପରିବେଶରେ ଜଙ୍ଗଲ, ପାହାଡ଼ ଘେରା ଉଦୟପୁର ଠାରେ ସ୍ଥାନ କରିଥିଲେ । ଏକ ଜାତୀୟ ସ୍ତରୀୟ ପୃଥିବୀ ପାଠାଗାର ସଂଗ୍ରହାଳୟ ଓ ଗବେଷଣାଗାର ଯାହା ଆଜି ସମଗ୍ର ବିଶ୍ୱରେ ବିରଳ ଓ ବିସ୍ମୟ ଅଟେ । ପାଠାଗାର ସଂଗ୍ରହାଳୟରେ ଏକ ଲକ୍ଷରର ଊଦ୍ଧ୍ୱର୍ ପୁରାତନ ଓ ଆଧୁନିକ ପୁସ୍ତକ ପତ୍ର ପତ୍ରିକା ଶତାଧିକ ତାଳପତ୍ର ପୋଥୀ ବିରଳ ଓ ପୁରାତନ ସମ୍ବାଦପତ୍ର । ରାଜରାଜୁଡ଼ା ଓ ବ୍ରିଟିଶ ରାଜତ୍ୱ ସମୟର ବିରଳ ସାମଗ୍ରୀ ଓ ଦସ୍ତାବିଜମାନ ସହିତ ଆଦିମ ଯୁଗରୁ ବର୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶର ବହୁ ବିରଳ ଓ ବିକ୍ଷଣ ପଦାର୍ଥମାନ ସଂଗୃହୀତ ହୋଇ ରହିଛି । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର . ସଂପାଦକ ବେଣୁଧର ପଣ୍ଡା , କାର୍ଯ୍ୟକାରୀ ସଭାପତି ହିରାଧର ବାର୍ନାଜି , ପୂଣ୍ଚନ୍ଦ୍ର ନାୟକ , ପ୍ରମୋଦ ପଟ୍ଟନାୟକ , କୋଷାଧକ୍ଷ ରାଜେନ ଚୈାଧୁରୀ , ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ , ସଂପାଦକ ବୈଦ୍ୟଭୁଷଣ ମହାପାତ୍ର ,ନୂଆଗାଁ ବ୍ଲକ ଉପାଦକ୍ଷ ପୁର୍ଶୁରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
0 Comments