ନୟାଗଡ଼ ଜିଲ୍ଲା ଜାତୀୟ ଯୁବ ଦିବସ ଅବସରରେ ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ରେ ମାରାଥନ l ସକାଳୁ ସକାଳୁ ଏଥିରେ ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ l ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶ ପାଳୁଛି ଜାତୀୟ ଯୁବ ଦିବସ ଭାବରେ l ନୟାଗଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଯୋଗଦେଇ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ l ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ମାରାଥନ ଦୈଡ଼ ହୋଇଥିଲା l ବିବେକାନନ୍ଦଙ୍କ ଆଦର୍ଶରେ ଛାତ୍ର ଛାତ୍ରୀ ଅନୁପ୍ରାଣିତ ହୋଇଥିଲେ l ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଅତିଥି ମାନେ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହେବା ସହ ଦେଶ ମାତୃକାର ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l
0 Comments