ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅର୍ପଣ ରଥ ଭ୍ରମଣ କରିଅଛି. ଆଜି ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ପ୍ରାଙ୍ଗନରୁ ଏହି ଅର୍ପଣ ରଥକୁ ପୂଜା ଅର୍ଚନା କରି ଶୁଭାରମ୍ଭ ହୋଇଥିଲା. ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡା ସ୍ଥାନୀୟ ଜନପ୍ରତିନିଧି ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକ, ଅଙ୍ଗନାବାଡିକର୍ମୀ, ମିଶନ ଶକ୍ତିର ସମସ୍ତ ମହିଳା ଉପସ୍ଥିତ ରହିଥିଲେ. ନୂଆଗାଁ ମନ୍ଦିର ପ୍ରାଙ୍ଗନରୁ ଖୋଲ ସଂକୀର୍ତ୍ତନ, ହରିବୋଲ ହୁଳହୁଳିରେ ଶୁଭାରମ୍ଭ ହୋଇଥିଲା.ଚଳିତ ମାସ ୧୭ତାରିଖରେ ଜଗତରନାଥ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପ୍ରକଳ୍ପ ଶୁଭାରମ୍ଭ ପାଈଁ ପ୍ରତେକ ଗ୍ରାମକୁ ଏହି ରଥ ଭ୍ରମଣ କରୁଅଛି . ଆଜି ନୂଆଗାଁ, ନୁଆସାହି, ଉଠାଣିସାହି, ଗଦାଧରପୁର, ଭାଲିଆପଦର, ମୁଦୁରାଙ୍କ ଭ୍ରମଣ କରିସାରିବା ପାରେ ଶେଷରେ ଅମ୍ବଝରୀ ଗ୍ରାମ ପରିକ୍ରମା କରିଥିଲା. ସମସ୍ତ ଗ୍ରାମର ଜନସାଧାରଣ ଏହି ଅର୍ପଣ ରଥକୁ ସ୍ୱାଗତ କରିବା ସହିତ ଗ୍ରାମର ସଂକୀରଣ ମଣ୍ଡଳୀ ଗ୍ରାମ ପରିକ୍ରମା କରିଥିଲେ. ଘରସାମ୍ନାରେ ଝୋଟି ଚିତା ଦେଇ କଳସ ବସାଇବା ସହିତ ଗୁଆ ଓ ଚାଉଳ ଦେଇ ପବିତ୍ର ରଥ କୁ ସ୍ୱାଗତ କରିଥିଲେ.
0 Comments