ନୟାଗଡ଼ ଜିଲ୍ଲା (ଦଶପଲ୍ଲା )ଦୀର୍ଘଦିନ ହେବ ଦଶପଲ୍ଲାର ଆରାଧ୍ୟ ଠାକୁର ମହାବୀରଙ୍କ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବା ବେଳେ ଲୋକଙ୍କ ସମସ୍ୟା ଦେଖି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ, ତେବେ ଗତ କିଛିଦିନ ତଳେ 5T ସଚିବ ଭିକେ ପାଣ୍ଡିଆନ ମହୋଦୟ ଦଶପଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅନେକ ମଠ ,ମନ୍ଦିର ବୁଲି କିଭଳି ଭାବେ ନୂଆ ରୂପାନ୍ତରଣ ହୋଇପାରିବ ସେ ନେଇ ଦଶପଲ୍ଲା ବାସୀଙ୍କୁ ବିଧିବଦ୍ଧ ଭାବେ ପ୍ରତିଶ୍ରୁତି ଦେଇଥିଲେ ।ଏହାପରେ ସାତ ଦିନ ମଧ୍ୟରେ ଅର୍ଥ ମଞ୍ଜୁର ହୋଇଥିଲା,ଆଜି ଏହାର ଶୁଭ ଉଦ୍ଘାଟନ ହେବା ସହିତ ଭିତି ପ୍ରସ୍ତର ସ୍ଥାପନ ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଆୟୋଜନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଏତତ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଗୋଟି ବ୍ଲକ ର ଅଧକ୍ଷ,ସମସ୍ତଜିଲ୍ଲାପରିଷଦ ,ଏବଂ ,ସରପଞ୍ଚ ,ସମିତିସଭ୍ୟ ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ ।ଦଶପଲ୍ଲା ବାସୀଙ୍କ ଦୀର୍ଘଦିନ ହେବ ଯେଉଁ କାମ ଗୁଡିକ ଅଧୁରା ରହିଥିଲା ସେହି କାମ ଗୁଡ଼ିକୁ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାଦେଇ କଥା ରଖିଥିବାରୁ ଦଶପଲ୍ଲା ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।
0 Comments