ନୟାଗଡ ୫୭ନଂ ଜାତୀୟ ରାଜପଥର ବାଣୀଗୋଛା ଥାନା ଅନ୍ତର୍ଗତଜାମୁସାହି ନିକଟ ବାଣିବିରି ଘାଟି ବୁଲାଣିଠାରେ ବୁଧବାର ଦିନ ବାଇକ୍ - କାର୍ ଧକ୍କାରେ ଦୁଇ ଜଣ ଆହାତ ହୋଇଛନ୍ତି। ଧକ୍କା ହେବା ପରେ ରାସ୍ତାକଡ଼ ଗାର୍ଡ ୱାଲ୍ ରେ ମାଡ଼ ହୋଇ ଓଲଟି ପଡ଼ିଥିଲା। ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ଦୁର୍ଘଟଣାଗ୍ରସ୍ତ ବାଇକ୍ ନମ୍ବର ଓଡି୨୫ ଏମ ୨୨୨୫ ଓ କାର୍ ନମ୍ବର ହେଉଛି ଓଡି୨୫କେ ୯୬୧୦।
0 Comments