ମହିତମା ଗ୍ରାମରେ ଅଗ୍ନି କାଣ୍ଡ, ଜଳିଗଲା ୩ ବଖରା ଘର

 


ନୟାଗଡ଼ ଜିଲ୍ଲା (ନୂଆଗାଁ )କୋରଡ଼ା ପଞ୍ଚାୟତ ମହିତ ମା ଗ୍ରାମରେ ନିଆଁ ଲାଗି ୩ ବଖରା ଚାଳ ଘର  ନିଆଁ ଲାଗି ପୋଡ଼ିଯାଇଛି.  ସୂଚନା ମୁତାବକ ମହିତମା ହରିଜନ ସାହିରେ ସିନ୍ଧୁଆ ନାୟକଙ୍କ ଘରେ କୌଣସି କାରଣ ବଶତଃ ଚାଳ ଘରେ ନିଆଁ ଲାଗିଯାଇଥିଲା. ନୂଆଗାଁ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆକଟ କରିବା ସହିତ ସିନ୍ଧୁଆ ନୟାକଙ୍କ ଘରୁ ଚାଉଳ ବସ୍ତା ଓ ଅନ୍ୟାନ୍ୟ ଜିନିଷ ଉଦ୍ଧାର କରିଥିଲେ. କିନ୍ତୁ କିଛି ଆସବାବପତ୍ର ପୋଡି ଯାଇଥିବାର ସୂଚନା ମିଳିଛି.

ତତ ସହିତ ପଡିସା ଘର  ରବୀନ୍ଦ୍ର ନୟାକଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି.ଘଟଣା ସ୍ଥଳରେ ସ୍ଥାନିୟ ବିଧାୟକ ରମେଶ ଚନ୍ଦ୍ର ବେହେରା ପହଂଚି ଆଶ୍ୱାସନା ଦେଇଥିଲେ.

Post a Comment

0 Comments