ପଙ୍କୁଆ - କଳସାଖମଣ - ନୂଆଗାଁ ରାସ୍ତା ଉନ୍ନତୀକରଣର ଶୁଭ ଦେଲେ ବିଧାୟକ




 ଦଶପଲ୍ଲା ବ୍ଳକ ଅନ୍ତର୍ଗତ ପଙ୍କୁଆ - କଳସାଖମଣ - ନୂଆଗାଁ ରାସ୍ତାର ଉନ୍ନତିକରଣ ତଥା ସୁଦୃଢୀକରଣ ପାଇଁ ରାଜ୍ଯ ସରକାର ୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି | ରବିବାର ଦିନ ଚଡେୟାପଲ୍ଲୀ ଠାରେ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା | ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ପରିଷଦ ସଭ୍ଯ ହରିଶ୍ଚନ୍ଦ୍ର ଜାନି, ପିଆର ଆଇ ମେମ୍ବର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ l ଇତ୍ୟବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l


Post a Comment

0 Comments