ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଦଶପଲ୍ଲାକୁ ଗଡିଲା ଟ୍ରେନ

 


ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଜନସାଧାରଣଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟି ଗଡିଲା ଦଶପଲ୍ଲାକୁ ଗଡିଲା ଟ୍ରେନ, ଶେଷରେ ସବୁ କଳ୍ପନା ଜଳ୍ପନାର ହେଲା ଶେଷ ।ଆଉ ପାଦେ ଆଗେଇଲା ଖୋର୍ଦ୍ଧା - ବଲାଙ୍ଗୀର ରେଳ ପ୍ରକଳ୍ପ, ପୂର୍ବରୁଖୋର୍ଦ୍ଧାରୋଡ଼ ରୁ ନୂଆଗାଁ ରୋଡ ପର୍ଯ୍ୟନ୍ତ ନିୟମିତ ରେଳ ଚଳାଚଳ ହେଉଥିବା ବେଳେ ଆଜିଠାରୁ ଆଉ ପାଦେ ଯୋଡ଼ିହୋଇ ଆଉ ୧୫ କିଲୋମିଟର ଅର୍ଥାତ୍ ଦଶପଲ୍ଲା ଯାଏଁ ଗଡିଛି ଟ୍ରେନ ।

ଦିନ 11:30ଟା ସମୟରେ କେନ୍ଦ୍ରରେଳ ମନ୍ତ୍ରୀ ଶ୍ୱିନ ବୈଷ୍ଣବ ଆନୁଷ୍ଠାନିକ ଭାବରେ ଭାବ ରେ ଯୋଗ ଦେଇ ଦଶପଲ୍ଲା ରେଳ ଷ୍ଟେସନ କୁ ଉଦ୍ଘାଟନ କରିଛନ୍ତି ।

ତତ୍ ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କନ୍ଧମାଳ ସାଂସଦ ଡ଼ . ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେର,ଅନ୍ୟପକ୍ଷରେ ନିଶ୍ଚିନ୍ତ ଭାବରେ ଆମେ କହିପାରିବା ଆଜିଠାରୁ ଦଶପଲ୍ଲାରୁ ଭୁବନେଶ୍ୱର,ପୁରୀ ଓ ଭଦ୍ରକ କୁ ଯାତ୍ରା କରିବ ଟ୍ରେନ ।ଏବଂ ଏଥି ସହିତ ୪ ଗୋଟି ଟ୍ରେନସେବା କୁ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।

ଏହି ରେଳ ଚଳାଚଳ ରେ ଦଶପଲ୍ଲା ବାସୀ ମଧ୍ୟ ବହୁତ୍ ଖୁସି ଥିବା ଦେଖିବାକୁ ମିଳିଛି ।କାରଣ ରେଳ ଚଳାଚଳ ହେଲେ ଦଶପଲ୍ଲା ରୁ ବିଭିନ୍ନ ସ୍ଥାନ କୁ ସହଜରେ ଏବଂ ଖୁବ୍ କମ୍ ଖର୍ଚ୍ଚରେ ଯାତ୍ରୀ ମାନେ ଗମନା ଗମନ କରିବା ସହିତ ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ଅଧିକ ମଜବୁତ୍ ହେବେ,ଦଶପଲ୍ଲା ରୁ ରେଳ ଚଳାଚଳ ପାଇଁ ଆଉ ଖୁବ୍ କମ୍ ସମୟ ଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

Post a Comment

0 Comments