ଅଞ୍ଚଳର ନା ରଖିଲେ ପ୍ରତ୍ୟାଶା ,ଉତିର୍ଣ୍ଣ ହେଲେ ପୂର୍ବ ଭାରତୀୟ ବିଜ୍ଞାନ ପଦର୍ଶନୀକୁ


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ବାରିପଦା ଠାରେ ଅନୁଷ୍ଠିତ ହୋଇଥିବା  ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ  ରାଜ୍ୟସ୍ତରିୟ ବାଲ ବୈଜ୍ଞାନିକ ପଦର୍ଶନୀ ଅନୁଷ୍ଠିତ ହୋଇଯାଇଛି. ନୟାଗଡ଼ ଜିଲ୍ଲା ନୂଆଗାଁ ହାଇସ୍କୁଲର ଶ୍ରେଣୀ ୧୦ଶ୍ରେଣୀ ଛାତ୍ରୀ ପ୍ରତୀଶା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନରେ ଅଧିକାର କରିଛନ୍ତି. କୋଲକାତା ଠାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବ ଭାରତ ବିଜ୍ଞାନ ପଦର୍ଶନୀରେ ଭାଗ ନେବେ. ଯାହାକି  ବିଟିଏମ୍ (ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ୍, କୋ ଲକାତା) ରେ ପୂର୍ବ ଭାରତ ବିଜ୍ଞାନ ପ୍ରଦର୍ଶନୀରେ ଅନୁଷ୍ଠିତ ହେବାକୁ ଯାଉଛି.ନୟାଗଡ ଜିଲ୍ଲା ବିଜ୍ଞାନ ମେଳରୁ ଜିଲ୍ଲା ସ୍ତରୀୟ ସର୍ବଶ୍ରେଷ୍ଠ ବିଜ୍ଞାନ ଷ୍ଟଲ ଭାବରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ସ୍ଥାନପାଇଥିଲା ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କାଜଲ ପ୍ରିୟଦର୍ଶିନୀ ଙ୍କ ସହଯୋଗିତା ପ୍ରତ୍ୟାସା  ପ୍ରିୟଦର୍ଶିନୀ ସାହୁ  ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରଖୁ ଉତିର୍ଣ୍ଣ ହୋଇଥିଲେ  । ରୋଗୀ ମନିଟରିଂ ସିଷ୍ଟମ୍  ଉପରେ ଏ ପ୍ରୋଜେକ୍ଟ ଯାହାକି ସଭିଙ୍କ ମନଆକର୍ଷିତ  କରିଥିଲା ଏହି ପ୍ରୋଜେକ୍ଟର ମୂଳଉଦେଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସଠିକ ଭାବରେ ସୁରକ୍ଷିତ ରହିପାରିବ । ଅଧିକାଂଶ ସମୟରେ ଡାକ୍ତର ,ନର୍ଷ ମାନଙ୍କ ଅବହେଳା ଯୋଗୁ କିମ୍ବା ରୋଗୀପାଖରେ ଉପସ୍ଥିତ ନ ରହିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ବହୁ ଅସୁବିଧାର ସମୁଖୀନ ହେବା ସହିତ ଜୀବନ ହରାଉଛନ୍ତି । ଏହି ମଡେଲ ମାଧ୍ୟମରେ ଏହି ସବୁ ଅସୁବିଧାକୁ ଦୂର କରାଯାଇ ପାରିବ ତାହା ଚେଷ୍ଟା କରାଯାଇଛି । ଏହି ମଡେଲ ମାଧ୍ୟମରେ ରୋଗୀ ଦେହରେ ଏକ ହାର୍ଟ ବିଟ ସେନ୍ସର ଓ ଏକ ବୋଡୀ ଟେମ୍ପରଚର ସେନ୍ସର ଲଗା ଯାଇଥାଏ । ଏହା ରୋଗୀର ଶରୀରକୁ କ୍ରମା ଗତ ଭାବରେ ଦେଖି ଏଲସିଡି  ମନିଟର ମାଧ୍ୟମରେ ସୂଚନା ଦେବ । ତତ ସହିତ ସାଲାଇନ ସେନ୍ସର ଓ ଏକ କିବୋର୍ଡ ବ୍ୟବହାର କରାଯାଇଥାଏ । ରୋଗୀର କୌଣସି ଅସୁବିଧା ହେଲେ ସେ କୀବୋର୍ଡ ଦ୍ଵାରା ସୁଇଚ ପ୍ରେସ କରି ସୂଚନା ଦେଇପାରିବ । ଯାହାକି ରୋଗୀର ସୂଚନା ଦେଇପାରିବ  ।  ଅସାବଧାନତା ହେବ ନାହଁ ରୋଗୀ ସୁରକ୍ଷିତ ହୋଇପାରିବ ।  ନୟାଗଡ ଜିଲ୍ଲା ରୁ ୫ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇ ଅଛନ୍ତି ।

ଚଳିତ ମାସ ରେ ବାରିପଦା ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳରେ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ସମେତ ୪ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ ।  କିନ୍ତୁ ଏହି ପ୍ରୋଜେକ୍ଟ କୁ କିଛି ପରିବର୍ତନ କରଯାଇଥିଲା । ସେଥିରେ କୌଣସି ନିର୍ଦିଷ୍ଟ ଡିଭାଇସ ସହିତ ସଂଯୋଗ କରି ସୂଚନା ଦିଆଯାଉଥିଲା କିନ୍ତୁ ଅଥିରେ ଇଣ୍ଟର୍ନେଟ ସଂଯୋଗ କରି ଏକରୁ ଅଧିକ ବ୍ୟକ୍ତି ସହିତ ସୂଚନା ଦେଇପାରିବ ଯାହାକି ରୋଗୀର ସୁରକ୍ଷାରେ ସହାୟକ ହେବ । 

ପ୍ରତ୍ୟାସା  ପ୍ରିୟଦର୍ଶିନୀ ସାହୁ ବ୍ଲକ ରୁ ଜିଲ୍ଲା ,ଜିଲ୍ଲାରୁ ରାଜ୍ୟ ,ରାଜ୍ୟରୁ ପୂର୍ବ  ଭାରତୀୟ ବିଜ୍ଞାନ ପଦର୍ଶନୀ  ପଦର୍ଶନୀରେ ଉତିର୍ଣ୍ଣ ହେବାରେ ବିଜ୍ଞାନ ଶିକ୍ଷତ୍ରି କାଜଲ ପ୍ରିୟଦର୍ଶିନୀ ,ଆଇଟି ଶିକ୍ଷା ଅଜୟ ବିକ୍ରମ ବେହେରା ସହଯୋଗରେ ପୂର୍ବ  ଭାରତୀୟ ବିଜ୍ଞାନ ପଦର୍ଶନୀ କୁ ଉତିର୍ଣ୍ଣ ହୋଇଛନ୍ତି । ଯାହାକି ଆଞ୍ଚଲ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ପ୍ରତ୍ୟାସା  ପ୍ରିୟଦର୍ଶିନୀ ସାହୁ ସଫଳତାରେ ନୂଆଗାଁ ଆଞ୍ଚଳ ସମେତ ସାରା ଜିଲ୍ଲାରୁ ଶୁଭେସ୍ଛାର ସୁଅ ଛୁଟୁଛି । 


Post a Comment

0 Comments