ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଉଦଯାପିତ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ । ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଏକ ଯୁଗାନ୍ତକାରି ପଦକ୍ଷେପ ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତା । ଅନ୍ତର୍ନିହତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ କ୍ରିଡା ପ୍ରତିଯୋଗୀତା କରୁଛନ୍ତି । ସୁସ୍ଥ ଶରୀର ସୁସ୍ଥ ମନ ପାଇଁ କ୍ରିଡା ନିହାତି ଆବଶ୍ୟକ ଯାହାକି ପାଠ ପଢିବାରେ ଆଗ୍ରହ ସୃଷ୍ଟି କରିଥାଏ । ଏହି କାର୍ଯ୍ୟ କ୍ରମ ମାଧ୍ୟମରେ ନୂଆଗାଁ ସଦର ମହକୁମାରେ ଥିବାଗ୍ରାମ ଗୁଡିଅକ ମଧ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସମୁଖରୁ ଏକ ସଚେତନତା ଶୋଭାଯାତ୍ରା ନୂଆଗାଁ ,ନୂଆସାହୀ ,ଅମ୍ବାଝରୀ ଗ୍ରାମ ପର୍ଯ୍ୟନ୍ତ ହୋଇଥିଲା । ବାଲ୍ୟବିବାହ ଓ ନିରାକାନ ,ଯୌତୁକପ୍ରଥା,ସଡକ ସୁରକ୍ଷା ,ନିଶାନିବାରଣ ଉପରେ ସଚେତନ କରିବା ଏହି କାର୍ଯ୍ୟ କ୍ରମର ମୂଳଲକ୍ଷ । କିଭଳି ସମାଜର ସର୍ବସାଧାରଣ ଏହି ସବୁ ଦିଗରେ ସଚେତନ ହୋଇପାରିବେ ।ବିଦ୍ୟାଳୟମଧ୍ୟରେ ବିଭିନ୍ନ କ୍ରିଡା ପ୍ରତିଯୋଗୀତା ,ନୃତ୍ୟ ପ୍ରତିଯୋଗୀତା କରଯାଇଥିଲା
ଆଜିର ଉଦଯାପନୀ ସଭାରେ ମାନ୍ୟବର ବିଧାୟକ ରମେଶଚନ୍ଦ୍ର ବେହେରା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରରସ୍କାର ଦେବା ସହିତ କଣ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରଚେଷ୍ଟା ଛାତ୍ର ଛାତ୍ରୀ ଉରନ୍ନତି କିପରି କରିବେ ବୁଝାଇଥିଲେ । ସଚେତନତା ମୂଳକ ଶ୍ରେଷ୍ଠ ଗିତିନାଟ୍ୟ ଲେଖା ଓ ନିର୍ଦେଶନା ପାଇଁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ସାହୁ ,ସମାଜ ସେବି ସଂକର୍ଷଣ ବେହେରା ,ଅବସରପ୍ରାପ୍ତ ଅଧକ୍ଷ ଭିକାରୀ ଚରଣ ସ୍ଵାଇଁ ,ସମାଜ ସେବି ଦିଲୀପ ଦଳବେହେରା,ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ଵର ପ୍ରଧାନ ,ଓଡିଆ ଅଧ୍ୟାପକ ବିଜୟ କୁମାର ସାହୁ ,ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ,ଅର୍ଥନୀତି ଅଧ୍ୟାପିକା ମଧୁଲତା ପଟନାୟକ ,ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ଵାଗତ ସାହୁ ,କ୍ରିଡା ଶିକ୍ଷକ ପ୍ରଦୀପ ଖଣ୍ଡୁଅଳ ଉପସ୍ଥିତ ରହିଥିଲେ ।
0 Comments