ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖାର ପ୍ରତିଷ୍ଠା ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ରବିବାର ଦିନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ସାମ୍ବାଦିକ ଦଶପଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୁଆଁ ରିଆ ପରିଦର୍ଶନ କରିଥିଲେ l ଇତ୍ୟବସରରେ ବିଧାୟକ ରମେଶ ଚନ୍ଦ୍ର ବେହେରା ସାମ୍ବାଦିକ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୁଷଣ କର, କାର୍ଯ୍ୟକ କାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୁଷଣ ମହାପାତ୍ର ଓ ବରିଷ୍ଠ କର୍ମକର୍ତମାନେ ଉପସ୍ଥିତ ଥିଲେ । ଦଶପଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ସମସ୍ତ ଙ୍କୁ ସ୍ଵାଗତ କରାଯାଇ ଥିଲା |
0 Comments