କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟିନେଲେ ଦୃବୁତ



ନୟାଗଡ ନୂଆଗାଁ ଥାନା ୩ଶହ ମିଟର ଦୂରରେ ଥିବା ଗଦାଧରପୁର ଗ୍ରାମର ସୁବାଷ ଖଣ୍ଡୁଆଳ ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ।  ସୂଚନା ଥାଉକି ଘର କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟି ନେଇଥିବା ଆଜି ନୂଆଗାଁ ଥାନାରେ ଅଭିଯୋଗ ହୋଇଛି।  ସୁବାଷ ଖଣ୍ଡୁଆଳ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ବାହାର କୁ ଯାଇଥିଲେ ଏହାର ସୁଯୋଗ ନେଇ ଲୁଟେରା ଘର କବାଟ ଭାଙ୍ଗି ଆଲମାରୀ ଭିତରୁ ସୁନା ହାର, କାନଫୁଲ ଏବଂ ସେଜତଳେ ଥିବା ୫ହାଜର ଏବଂ କୁମ୍ପା ଭିତରେ ଥିବା ୫ହଜାର ଲୁଟି ନେଇଯାଇଛନ୍ତି। ଖବର ପାଇ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି।

Post a Comment

0 Comments