ଘୋଷଯାତ୍ରା ନିମନ୍ତେ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠକଟା

 


ନୟାଗଡ଼ ଜିଲ୍ଲା ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ମଙ୍ଗଳବାର ଦିନ ହୋଇଛି କାଠକଟା ଅନୁକୂଳ। ଗଣିଆଁ ବ୍ଳକର ଛାମୁଣ୍ଡିଆ ନିକଟସ୍ଥ ମା'ବଡରାଉଳଙ୍କ ମନ୍ଦିରରେ ପାରମ୍ପରିକ ରୀତି, ନୀତି, ହୋମ ସହିତ ପୂଜାର୍ଚ୍ଚନା ପରେ ରଥକାଠ କଟା ଅନୁକୂଳ ହୋଇଛି । ଏଥିପାଇଁ ଆଜ୍ଞାମାଳ,ପାଟପତନି, ଖଣ୍ଡୁଆ, ମହାର୍ଦ୍ଦ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବିି ଭୋଇ ପହଞ୍ଚିବା ପରେ ପହଞ୍ଚିବା ପରେ ଲଳିତ ନାରାୟଣ ଦାସଂକ ତତ୍ତ୍ବାବଧାନରେ ସଂକୀର୍ତ୍ତନମଣ୍ଡଳୀ ଶୋଭାଯାତ୍ରାରେ ପ୍ରତିନିଧି ମଣ୍ଡଳୀଂକୁ ବଡରାଉଳ ଠାକୁରାଣୀଙ୍କ ନିକଟକୁ ପାଛୋଟି ନେଇଥିଲେ। ଡିଏଫଓ କ୍ଷମା ଷଡଙ୍ଗୀ ଆଜ୍ଞାମାଳ ସାଥିରେ ଯାଇଥିଲେ। ବଡରାଉଳଂକ ମନ୍ଦିରରେ ହୋମ ଓ ପୂଜାର୍ଚ୍ଚନା କରାଯାଇଥିଲା। ଦଶପଲ୍ଲା ବନାାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଂକ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଗଣିଆଁ ବନାାଞ୍ଚଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ,ଚଳିତ ବର୍ଷ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ଚଳିତ ବର୍ଷ ୮୧୨ଖଣ୍ଡ କାଠ ପୁରୀ ପଠାଯିବା। ୮୬୫ଖଣ୍ଡ ଆବଶ୍ଯକ ଥିବା ବେଳେ ଗତବର୍ଷର ୫୩ଖଣ୍ଡ କାଠ ବଳକା ଅଛି।

Post a Comment

0 Comments