ନୂଆ -ଓ ନୂଆ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ନୟାଗଡ଼ ଲାଠିପଡ଼ା ଅନୁଷ୍ଠିତ*

 



ନୟାଗଡ଼ ଜିଲ୍ଲା ନୂଆ – ଓ ନୂଆ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ। ଛାତ୍ରଛାତ୍ରୀମାନେ କିଭଳି ସମୟାନୁବର୍ତ୍ତିତା ଶିଖି ପାରିବେ, ତାହା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାଣ୍ଡିଆନ କହିଥିଲେ। ବିଦ୍ୟାଳୟ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି।୧୧ ଟି ମେଡିକାଲ କଲେଜ ରାଜ୍ୟରେ ଖୋଲିଛି। ବିଶ୍ଵ ଦକ୍ଷତା କେନ୍ଦ୍ର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ କାର୍ଯ୍ୟ କରିଛନ୍ତି। ନିଯୁକ୍ତି ଆଣିବାରେ ଶିଳ୍ପ, ଆଇଟି କ୍ଷେତ୍ରରେ ବିଶାଳ କାର୍ଯ୍ୟ କରାଯାଇଛି।


ଅନେକ ନାମୀ ଦାମୀ କମ୍ପାନୀ ଓଡ଼ିଶାକୁ ଆସିଛନ୍ତି ବୋଲି ଅଧ୍ୟକ୍ଷ କହିଥିଲେ। ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କ୍ଷେତ୍ରଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଭିମାନ ଓଡ଼ିଆ ଭାବେ ବଞ୍ଚିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା କହିଥିଲେ। ଛାତ୍ରଛାତ୍ରୀମାନେ ନୀତିବାନ ହେବାକୁ ସଂକଳ୍ପ କରିବା ଆବଶ୍ୟକ ବୋଲି ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ। ଆମ ରାଜ୍ୟରେ ୫ ଟି ଏକ ବିପ୍ଳବରେ ପରିଣତ ହୋଇଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ।

୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାର ନେତୃତ୍ୱ ନେଇ ଓଡ଼ିଶାକୁ ଆଗକୁ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ନୂଆ କଥା ଶିଖିବା, ନୂଆ କଥା ଦେଖିବା, ନୂଆ କାର୍ଯ୍ୟ କରିବା ପାଇଁ ନୂଆ ଓ କାର୍ଯ୍ୟକ୍ରମ ସୁଯୋଗ ଦେଇଛି। ଆନୁଷ୍ଠାନିକ ଶିକ୍ଷାରେ ସୀମିତ ନରହି, ବ୍ୟକ୍ତିଗତ ଅନ୍ତର୍ନିହିତ ପ୍ରତିଭାକୁ ଆଗକୁ ଆଣିବା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଥିଲେ।ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଡେପୁଟି କଲେକ୍ଟର ତପସ୍ୱିନୀ ହାସଁଦା ପ୍ରମୂଖ ସାମିଲ ହୋଇଥିଲେ । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ।

Post a Comment

0 Comments