ନୟାଗଡ଼ ଜିଲ୍ଲା ନୂଆଗାଁ
ବ୍ଲକ ପରିସରରେ ଥିବା ସଭାଗୃହ ମଧ୍ୟରେ ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି
ଉନ୍ନୟନ, ସଂଖ୍ୟାଲଘୁ ସମ୍ପରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମୋ ଜଙ୍ଗଲ
ଜମି ଯୋଜନାରେ ନୂତନଭାବେ ଯୋଗଦେଇଥିବା ଜଙ୍ଗଲ ସାଥୀମାନଙ୍କର ଦିନିକିଆ ପ୍ରଶିକ୍ଷଣ
ଶିବିର ଅନୁଷ୍ଠିତ ହୋଇଯାଇଛି l ନୂତନଭାବେ ଯୋଗଦେଇଥିବା ୨୦ ଜଣ ଜଙ୍ଗଲ ସାଥି ଏହି
ପ୍ରଶିକ୍ଷଣରେ ଯୋଗଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କଲ୍ୟାଣ ସମ୍ପ୍ରସାରଣ
ଅଧିକାରୀ ଦୟାନିଧି ନାୟକ, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ କଲ୍ୟାଣ
ସମ୍ପ୍ରସାରଣ ଅଧିକାରୀ ଯଜ୍ଞେଶ୍ଵର ନାୟକ,ବସୁନ୍ଧରା NGO ଜିଲ୍ଲା ପ୍ରମୁଖ ରଞ୍ଜିତା
ପଟ୍ଟନାୟକ, ସସ୍ମିତା ମିଶ୍ର, ଅଶୋକ କୁମାର ପରିଡ଼ା, ଅକ୍ଷୟ କୁମାର ବଳିଆରସିଂହ,
ନିତ୍ୟାନନ୍ଦ ନୂଆଗାଁ ବ୍ଲକ ଫରେଷ୍ଟର,ରାଜସ୍ବ ନୀରକ୍ଷକ ଓ ଅମିନମାନେ ପ୍ରଭୃତି ଯୋଗ
ଦେଇଥିଲେ ଏହି ଜଙ୍ଗଲ ସାଥୀମାନେ ( community mobiliser) ଜଙ୍ଗଲରେ ବସବାସ କରୁଥିବା
ଓ ଜଙ୍ଗଲ ଉପରେ ନିର୍ଭରଶୀଳ ବ୍ୟକ୍ତି ଓ ଗୋଷ୍ଠୀମାନଙ୍କୁ ଜଙ୍ଗଲ ଅଧିକାର ଆଇନରେ କିପରି
ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ପାଇପାରିବେ ଆବଶ୍ୟକ ତଥ୍ୟ ଗ୍ରାମସ୍ତରରୁ ସଂଗ୍ରହ
କରିବେ l ନଭେମ୍ବର ୧୦ ଓ ୧୬ ରେ ନୂଆଗାଁର ୨୨ଗୋଟି ପଞ୍ଚାୟତରେ ପଲ୍ଲୀସଭା ଗଠନ ଓ
ପୁନର୍ଗଠନ ହୋଇଥିଲା l ଡିସେମ୍ବର ୧୩ ମସିହା ପୂର୍ବରୁ ଜଙ୍ଗଲରେ ବସବାସ କରୁଥିବା
ଆଦିବାସୀମାନେ ଓ ତିନି ପିଢ଼ି ଧରି ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ଅଣପାରମ୍ପରିକ ବନବାସୀମାନଙ୍କୁ ଏହି ଯୋଜନାରେ ଜମିପଟ୍ଟା ଦିଆଯିଵ l
0 Comments