ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରିଣୀ ଓ ନୟାଗଡ଼ ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ

 


ନୟାଗଡ଼ ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରିଣୀ ଓ ନୟାଗଡ଼ ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କତତ୍ଵବ ଧାନରେ  ଏ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ। ନୟାଗଡ଼ ସାମ୍ବାଦିକ ଭବନଠାରୁ ସାମ୍ବାଦିକଙ୍କ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା  ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟଠାରେ ଥିବା ସଭା ଗୃହରେ  ପହଞ୍ଚିଥିଲା। ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ଗହଣରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ବରେ ପ୍ରଥମେ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି  ବୈଠକରେ ସମ୍ପାଦକ ବେଣୁଧର ପଣ୍ଡା, କାର‌୍ୟ୍ୟ୍କାରୀ ସଭାପତି ପ୍ରମୋଦ ପଟ୍ଟନାୟକ, କାର‌୍ୟ୍ୟମକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ସଂଘ କିଭଳି ମଜବୁତ ରହିବ, ସଦସ୍ୟ ସଂଖ୍ୟା ବୃଦ୍ଧି, ଭୁବନେଶ୍ୱରଠାରେ ସଂଘ ପକ୍ଷରୁ ଏକ ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ସୁରକ୍ଷା ଆଇନ, ରାଜ୍ୟ ସରକାର ପ୍ରଦାନ କରୁଥିବା ବୀମା ସମ୍ପର୍କରେ ଆଲୋଚନା ହୋଇଥିଲା।ସମସ୍ତ ଜିଲ୍ଲା ରୁ ନିମନ୍ତ୍ରିତ ଅତିଥିମାନେ ନିଜ ଅଭିଭାଷଣ ମଧ୍ୟମରେ ସଂଘ କୁ କିଭଳି ସୁଦୃଢ କରାଯିବ ସେ ନେଇ ସଭାରେ ବକ୍ତବ୍ୟ ଦେଇଥିଲେ । ଏହିପରିଭାବରେ ପ୍ରଥମ ଅଧିବେଶନ ଶେଷ  ହୋଇଥିଲା । 



ଦ୍ୱିତୀୟ ଅଧିବେଶନରେ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ରାଜ୍ୟ କାର‌୍ୟ୍ୟଭକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. ସିଦ୍ଧାର୍ଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଖଟେଇ ସ୍ବାଗତ ଅଭିଭାଷଣ ରଖିଥିଲେ। "ଆମ ପାଇଁ ବଡ଼, ଆମ ନୟାଗଡ଼ଦ"  ସ୍ଲୋଗାନର ଲୋକପ୍ରିୟତା  ନୟାଗଡ଼ ବିଧାୟକ ନୟାଗଡ଼ବାସୀଙ୍କୁ ମାଟି ମହକ  କରି  ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ କର କହିଥିଲେ। ସାମ୍ବାଦିକଙ୍କ ବୀମା ପାଇବା ବ୍ୟବସ୍ଥା ମୂଳଦୁଆ ନୟାଗଡ଼ ବିଧାୟକ ମନ୍ତ୍ରୀତ୍ଵ ଥିବା ସମୟରେ ପଡ଼ିଥିଲା।ତତ ସହିତ ପ୍ରତେକ ସମୟରେ ନୟାଗଡ ସହରର ରୂପାନ୍ତରି କାରଣର ପ୍ରସଂଶା କରିଥିଲେ । ବରିଷ୍ଠ ସାମ୍ବାଦିକଙ୍କୁ ପେନସନ, ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତା ମାତା ସଂଯୋଗ କରିବା   ପାଇଁ ରାଜ୍ୟ ସଭାପତି ଦାବି ରଖିଥିଲେ।


 ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ବାସ୍ତବତାକୁ ବୁଝି ମଧ୍ୟ ଅବାସ୍ତବ କଥାକୁ ଗୁରୁତ୍ବ ଦେଉଛେ ବୋଲି କହିଥିଲେ। ବିପଦ ତଥା ସକାରାତ୍ମକ କାର୍ଯ୍ୟ ପାଇଁ ସଂଘ ଗଠନ କରାଯାଏ ବୋଲି କହିଥିଲେ।


ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାରୋଟି ସ୍ତମ୍ଭ ବିଷୟରେ କୁହାଯାଉଥିବା ବେଳେ ସମ୍ବିଧାନରେ ତିନୋଟି ସ୍ତମ୍ଭକୁ ଗୁରୁତ୍ଵ ଦିଆଯାଇଛି। ସାମ୍ବାଦିକତାରେ ସ୍ୱାଧୀନତା କେଉଁଠି ଅଛି ବୋଲି ବିଧାୟକ କହିଥିଲେ। ଏ ହି ତିନୋଟି ସ୍ତମ୍ଭକୁ ସଜାଗ କରେ ଚରତୁର୍ଥ ସତମ୍ଭ । ଜେଭଳି ଭାବରେ ବିଶ୍ଵର ପରିବର୍ତନ ପାଇଁ ଭଗବାନ ଅବତାର ନେଇଥାନ୍ତି । ସମାଜ ରେ ଶୃଙ୍ଖଳତା ଆଣିଥାଏ । ମାନବବାଦର ଆବଶ୍ୟକତା କୁ ପୁଙ୍ଖାନୁ ପୁଙ୍ଖ ଭ୍ବାରେ ଉପସ୍ଥାପନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହି ଉତ୍ସବ  ୨ ୟ ଦିନ ଦଶପଲ୍ଲା ମହାବୀର କ୍ଷେତ୍ରକୁ ସମସ୍ତ ସାମ୍ବାଦିକଙ୍କୁ ବିଧାୟକ ନିମନ୍ତ୍ର କରିଥିଲେ । ସମସ୍ତ ସଂମନିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ‘ସାମ୍ବାଦିକ ବନ୍ଧୁ’ ବରିଷ୍ଠ ଭେଷଜ ବିଶେଷଜ୍ଞ ଡ଼ା. ସିଦ୍ଧାର୍ଥ ଦାଶଙ୍କୁ ‘ଜୀବନ ମିତ୍ର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

।https://fb.watch/pp85iujUow/?mibextid=UyTHkb

Post a Comment

0 Comments