ନୂଆ -ଓ ଆନୁକୁଲ୍ଯରେ ବ୍ଲକ ସ୍ତରୀୟ କ୍ରିଡା ଉସଚବ ଉଦ୍ଘାଟିତ

 


ନୟାଗଡ଼, (ନୂଆଗାଁ )ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ା ବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପ୍ରତ୍ୟେକ ପଞ୍ଚାୟତ ସ୍ତରକୁ ଅନୁଦାନ ରାଶି ଯୋଗାଇ ଦେଇଛନ୍ତି । ଆଜି ନୂଆଗାଁ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଆରମ୍ଭ ହୋଇଛି । 

ନୂଆଗାଁ ବ୍ଲକ ହାଇସ୍କୁଲ ପଡିଆ ମଧ୍ୟରେ ମୁଖ୍ୟ ଅତିଥି ଭାବେ  ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ଉଦ୍ଘାଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ଥିବା ଯୁବ ପ୍ରତିଭା ମାନଙ୍କୁ ସାଉଣ୍ଟିବା ପାଇଁ ଏହି ପ୍ରୟାସ ଜାରି କରିଛନ୍ତି । ଛାତ୍ର ଓ ଯୁବକ ମାନେ ସୁସ୍ଥ ଜୀବନ କାଟିବା ପାଇଁ ନିଆରା ପ୍ରୟାଶ । ଫୁଟ୍‌ବଲ , ହକି, ଭଲିବଲ, ଖୋଖୋ, କବାଡି ଓ କ୍ରିକେଟ ପରି ବିଭିନ୍ନ କ୍ରୀଡ଼ା ଏହି କାର୍ଯ୍ୟ କ୍ରମରେ  ଅନୁଷ୍ଠିତ ହେବ ।


ଆଜିର ଏହି କାର୍ଯ୍ୟକ୍ରମରେ  ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା , ନୂଆଗାଁ ବ୍ଲକ ବିଡିଓ ବସୁଦେବ ନାୟକ,ମାଈଛେଳି ପଂଚାୟତ ସରପଞ୍ଚ ସ୍ବାଗତିକା ପ୍ରିୟଦର୍ଶିନୀ ପ୍ରଧାନ ,ପରାଢିପି ସରପଞ୍ଚ ବିଭୁତି ପ୍ରଧାନ ,କୋରଡ଼ା ସରପଞ୍ଚ ,ସୋରଡା ସରପଞ୍ଚ ଫକିର ମୋହନ ସାହୁ ୨୨ ପଂଚାୟତ ଜନ ପ୍ରତିନିଧି ଉପସ୍ଥିତ ରହିଥିଲେ । ସୂଚନା ମୁତବକ ଏହି କ୍ରିଡା ଉତ୍ସଵ ଚଳିତ ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖେଳ ପଡିଆରେ ଅନୁଷ୍ଠିତ ହେବ । 


Post a Comment

0 Comments