ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ସଫଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଏହାର ଅବ୍ୟବହିତ ସମୟ ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀନହରରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏଠାରେ କହି ରଖୁ କି ଏହି ପରିକ୍ରମା ପ୍ରକଳ୍ପ ପାଇଁ ଦେଶ ତଥା ଦେଶ ବାହାରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ସେପଟେ ଆସନ୍ତା ୧୨ ତାରିଖରେ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକାଯାଇ ଯଜ୍ଞ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ନୂଆଗାଁ ବ୍ଲକ ସଭାଗୃହରେ ଆଜି ୨୨ ଗୋଟି ପଂଚାୟତର ଜନ ପ୍ରତିନିଧି ମାନନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତାରେ ରେ ପ୍ରସ୍ତୁତି ବୈଠକ ହୋଇଥିଲା । ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ସଙ୍କୃତି ପ୍ରଚାର ପ୍ରସାର ଓ ରକ୍ଷଣ ନିମନ୍ତେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମନ୍ଦିର ପରିକ୍ରମା ଐତିହାସିକ ପ୍ରକଳ୍ପ ଲୋକାପର୍ଣ୍ଣ ହେବାକୁ ଯାଉଛି ତା ୧୭ .୦୧ .୨୦୨୪ ରିଖରେ । ଏହି ଐତିହାସିକ ମୁହୁର୍ତକୁ ସମସ୍ତ ପଂଚାୟତ ଓ ପଂଚାୟତ ସମିତି ସ୍ତରରେ ମହା ଆଡମ୍ବରରେ ପାଳନ କରାଯିବ । ସେଥିପାଇଁ ୨୨ ଗୋଟି ପଞ୍ଚାୟତରେ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଗୋଟି ରଥ ଭ୍ରମଣ କରିବ । ଗ୍ରାମ ବାସୀମାନେ ନିକଟସ୍ଥ ମନ୍ଦିରରେ ନାମ ସଂଙ୍କିର୍ତନ ସହିତ ପୂଜା ଅର୍ଚନା କରାଯିବ । ପ୍ରତେକ ଗ୍ରାମବାସୀ ଚାଉଳ ମୁଠାଏ ସହିତ ଗୁଆ ଦେବେ ଯାହାକି ସଂଗ୍ରହ କରାଯାଇ ନିକଟସ୍ଥ ମନ୍ଦିରରେ ରହିବ । ସେହି ଚାଉଳ ୧୭ ତାରିଖରେ ହେବାକୁ ଥିବା ଲୋକାର୍ପିତ ପୁରୀ ପରିକ୍ରମା ପ୍ରକଳ୍ପ।ରେ କୁ ଦିଆଯିବ । କିଭଳି ଭାବରେ ନୂଆଗାଁ ବ୍ଲକ ର ସମସ୍ତ ପଞ୍ଚାୟତରେ ଏହି ଐତିହାସିକ କାର୍ଯ୍ୟକ୍ରମ ସଫଳ ଭାବରେ କରାଯିବ ସେ ନେଇ ମାନ୍ୟବର ବିଧାୟକ ଆଲୋଚନା କରିଥିଲେ । ଆଜିର ଏହି ବୈଠକରେ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ନୂଆଗାଁ ବିଡିଓ ବାସୁଦେବ ନାୟକ,ଏବିଡିଓ ସ୍ଵେଦଶ ରଞ୍ଜନ ଶତ୍ପଥୀ ,ସହକାରୀ ଜନ୍ତ୍ରୀ ,୧୭ ଜୋନ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ଓ ସମସ୍ତ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ଯ ସଭ୍ୟା ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ ।
0 Comments