ପୁରୁଣା ଦଶପଲ୍ଲା, ସରିଗଣ୍ଡା ଓ ଭୋଗବାଡ଼ିରେ ଗଡିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ




ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ରବିବାର ଦିନ ମଧ୍ୟାହ୍ନ ୧୨ ଟା ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପୁରୁଣା ଦଶପଲ୍ଲା, ସରିଗଣ୍ଡା ଓ ଭୋଗବାଡ଼ିରେ ପରିଭ୍ରମଣ କରିଛି | ଏସବୁ ସ୍ଥାନରେ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ପରିକ୍ରମା ରଥକୁ ଭାବଭକ୍ତି ପରିବେଶ ମଧ୍ୟରେ ସ୍ୱାଗତ କରୁଥିବାର ଦେଖିବାକୁ ମିଳୁଛି | ରଥ ପରିକ୍ରମାର ଶୁଭାରମ୍ଭ  ଅବସରରେ ରବିବାର ଦିନ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଓ ଭକ୍ତଗଣ ଦେଖିବାକୁ ମିଳିଛି |


Post a Comment

0 Comments