ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ବନ୍ଧୁ ମିଳନ ପର୍ବ



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ପଚାଂୟତରେ ଆଜି  ବିଭିନ୍ନ ପ୍ରକଳ୍ପର ଶୁଭ ଭିତିପ୍ରସ୍ଥର ସ୍ଥାପନ ଓ  ବିଜୁଜନତା ଦଳ ତରଫରୁ ମହିପୁର ହାଇସ୍କୁଲ ପଡିଆରେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି  । ସୁଚନା ଅନୁଯାଇ  ମହିପୁର ରାମଚଣ୍ଡି ମନ୍ଦିର ଠାରୁ ଦୁଇ ଶହରୁ ଉର୍ଦ୍ଧ ବାଇକ୍ ଶୋଭାଯାତ୍ରାରେ ବିଜେଡି କର୍ମୀ ମାନେ ମହିପୁର ପଚାଂୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଆମ ଓଡିଶା ନବୀନ ଓଡିଶା ତରଫରୁ ୭୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟରେ ମହିପୁର ପଚାଂୟତରେ ବିଭିନ୍ନ ପ୍ରକଳ୍ପ ଶୁଭ ଦେଇଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେର । 


ବନ୍ଧୁ ମିଳନ କାର୍ଯ୍ୟକ୍ରମରେ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର  ଜନ ହିତକର ୍େୟାଜନା  ସଂପର୍କରେ ଆଲୋକ ପାତ କରିବା ସହ ତୃଣ ମୂଳ ସ୍ତରରେ ବିଯୁଜନତା  ଦଳକୁ  ଆହୁରି ମଝୁବୁତ କରିବା ପାଇଁ  କର୍ମୀ  ମାନଙ୍କୁ  ବୁଝାଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ଶଙ୍କର୍ଷଣ ବେହେରା , ବିଜେଡି ଜିଲ୍ଲା ଉପସଭାପତି ଦିଲ୍ଲିପ ଦଳ ବେହେରା ବିଜେଡି ବ୍ଲକ ସଭାପତି  ସନାତନ ସାମଲ , ଆତ୍ମା ଅଧ୍ୟକ୍ଷ  ସଂଜିବି କୁମାର ସାହୁ ସମେତ  ବ୍ଲକର ବିଭିନ୍ନ ପଚାଂୟତର ଜନ ପ୍ରତିନିଧୀ ସମେତ ମହିପୁର ପଚାଂୟତର ବିଭିନ୍ନ ଗ୍ରାମରୁ ଏକ ହଜାରରୁ ଉର୍ଦ୍ଧ ବିଜେଡ ିକର୍ମୀ ଯେ୍ାଗ ଦେଇଥିଲେ  । 


Post a Comment

0 Comments