ସଂଜ ନଇଁଲେ ବାଣିଜ୍ଯ ମେଳାରେ ଜମୁଛି ଭିଡ଼

 



ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ନେତାଜୀ ମଇଦାନରେ ଚାଲିଛି ବାଣିଜ୍ଯ ମେଳା | ଅସ୍ଥାୟୀ ଷ୍ଟଲ ସାଙ୍ଗକୁ ଖିଆପିଆ ଓ ଦୋଳିର ମଜା ନେବା ପାଇଁ ସଂଜ ନଇଁଲେ ଭିଡ଼ ଜମୁଛି | ବେପାର ସାଙ୍ଗକୁ ମନୋରଞ୍ଜନ ବାଣିଜ୍ଯ ମେଳାକୁ ଆକର୍ଷିତ କରୁଛି | ବଡ଼ କଥା ହେଲା, ମେଳା, ଜାନି ଯାତ୍ରା ସାଙ୍ଗକୁ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାର ଆକର୍ଷଣ କେନ୍ଦ୍ରବିନ୍ଦୁ ନେତାଜୀ ମଇଦାନ ଯେଭଳି ଉନ୍ନତି କରିବା କଥା, ତା ଠାରୁ ଢେର୍ ପଛରେ ପଡି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି | ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି କେବେ ନେତାଜୀ ମଇଦାନର ଶ୍ରୀବୃଦ୍ଧିରେ  ସହାୟକ ହେବ, ତାହା କେବଳ ଦେଖିବାକୁ ବାକି ରହିଛି

Post a Comment

0 Comments