ଅଜୋଧ୍ୟା ରୁ ଆସିଥିବା ଅକ୍ଷତ ଚାଉଳ ,ରାମ ଲାଲାଙ୍କ ଫଟୋ ,ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ

 


ନୟାଗଡ ଜିଲ୍ଲା ନୂଆଗାଁ ବଳ୍କ ମହିପୁର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର ନିକଟରେ ଆଜି ଅଜୋଧ୍ୟା ରୁ ଆସିଥିବା ଅକ୍ଷତ ଚାଉଳ ,ରାମ ଲାଲାଙ୍କ ଫଟୋ ,ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟ କ୍ରମ  ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ଚଳିତ ମାସ ପୌଷ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ,ବିକ୍ରମ ସମ୍ବତ ୨୦୮୦ ସୋମବାର (୨୨ ଜାନୁଆରୀ ୨୦୨୪ )ର ଶୁଭ ଦିନରେ ପ୍ରଭୁ ଶ୍ରୀ ରାମଙ୍କ ନୂତନ ବିଗ୍ରହକୁ ଶ୍ରୀରାମ ଜନ୍ମ ଭୂମିରେ ନିର୍ମିତ ହେଉଥିବା ନୂତନ ମନ୍ଦିର ଗର୍ଭଗୃହରେ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯିବ । ସେହି ଉଦେଶ୍ୟରେ ଆଜି ମହିପୁର ଠାରେ ନୂଆଗାଁ ବ୍ଲକ ର ୨୨ ଗୋଟି ପଂଚାୟତର ପଂଚାୟତ ସଂଯୋଜକ ଓ ସହ ସଂଯୋଜକ ମାନେ ଉପସ୍ଥିତ ରହିଥିଲେ । ମନ୍ଦିର ପରିସରରେ ହୋମ ଯଜ୍ଞ ସହିତ ନାମସଙ୍କୀର୍ତନ କରାଯାଇ ରାମ ନାମ ଗାନ କରାଯାଇଥିଲା । ତତ ସହିତ ପ୍ରତେକ ପଞ୍ଚାୟତକୁ ଅଯୋଧ୍ୟାରୂ ଆସିଥିବା ଅକ୍ଷତ ଚାଉଳ ,ରାମ ଲାଲା ଙ୍କ ଫଟୋ ,ନିମନ୍ତ୍ରଣ ପାତ୍ର ଦିଆଯାଇଥିଲା ।

ଏହି ସବୁ ସାମଗ୍ରୀ ପ୍ରତେକ ଘରେ ଘରେ ବଣ୍ଟାଯିବାର କାର୍ଯ୍ୟ କ୍ରମ କରାଯିବ । ଚଳିତ ମାସ ୧ ତାରିଖରୁ ୧୫ ତାରିକ ପର୍ଯ୍ୟନ୍ତ ପ୍ରତି ପରିବାରକୁ ଅକ୍ଷତ ,ନିମନ୍ତ୍ରଣ ପାତ୍ର ଓ ରାମ ଲାଳଙ୍କ ଫଟୋ ବଣ୍ଟାଯିବ । ୨୧ ତାରିଖ ସକାଳୁ ପ୍ରତି ଗ୍ରାମରେ ନଗର କୀର୍ତନ କରାଯିବ ,ଦ୍ଵିପ୍ରହାର ସମୟରେ ସାମୁହିକ ଭାବରେ ଅଜୋଧ୍ୟା କାର୍ଯ୍ୟ କ୍ରମ ସିଧା ସଳଖ ପରଦାରେ ଦେଖିବା ,ସନ୍ଧ୍ଯା ସମୟରେ ପ୍ରତି ପରିବାରରେ ୫ ଟି ପ୍ରଦୀପ ପ୍ରଜୋଳନ କରାଯିବାପାଇଁ କୁହାଯାଇଛି । ଆଜିର କାର୍ଯ୍ୟ କ୍ରମରେ ଭଗବାନ ଦେହୁରି ,ଜିଲ୍ଲା କାର୍ଯ୍ୟ ବାହ ଆର॰ଏସ॰ଏସ,ଶନ୍ତୁନୁ କୁମାର ସ୍ଵାଇଁ ପ୍ରାନ୍ତପ୍ରଚାର ପ୍ରମୁଖ ,ବିଶ୍ଵ ହିନ୍ଦୁ ପରିଷଦ ,ଦିଲୀପ ପାତ୍ର ସହ ସଂଯୋଜକ ,ବିରାଞ୍ଚି ଦାସ ,ସହ ସଂଯୋଜକ ,ରତ୍ନାକର ପ୍ରଧାନ ,ସଂଯୋଜକ  ଉପସ୍ଥିତ ରହିଥିଲେ । ତତ ସମସ୍ତ ପଂଚାୟତର ସଂଯୋଜକ ,ସହ ସଂଯୋଜକ ସଙ୍କୀର୍ତନ ମଣ୍ଡଳୀ ସମେତ ମହିପୁର ଗ୍ରାମବାସୀ ଉପସ୍ଥିତ ରହିଥିଲେ ଶେଷରେ ପ୍ରୀତି ଭୋଜନ କରାଯାଇ ଥିଲା ।  

Post a Comment

0 Comments