DYFI ପକ୍ଷରୁ ଡ. ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳନ

 


   ନୟାଗଡ ଜିଲ୍ଲା ଅଦ୍ୟ ତା. 6.12.23 ରିଖ ଦିନ ମଧ୍ୟଖଣ୍ଡ ପି.ସି.ରାୟ ସଂସ୍କୃତ ମହାବିଦ୍ୟାଳୟ ଠାରେ ,ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ଦଶପଲ୍ଲା ବ୍ଲକ୍ କମିଟି ପକ୍ଷରୁ ବାବା ସାହେବ୍ ଡ. ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କ ପ୍ରଣୀତ ସମ୍ବିଧାନ ଉପରେ ବ୍ୟାପକ ଆଲୋଚନା ସହିତ ସମ୍ବିଧାନ ପ୍ରତି  ହେଉଥିବା ଆକ୍ରମଣ ବିରୁଦ୍ଧରେ ଯୁବ ସମାଜ ଆଗେଇ ଆସିବା ସହିତ ସମ୍ବିଧାନର ସୁରକ୍ଷା ପାଇଁ ଯୁବ ସମାଜ ଅଙ୍ଗୀକାର ବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା। ଏହି ସଭାରେ ସଂଗଠନର ବ୍ଲକ୍ ସଭାପତି ସୁଶାନ୍ତ ନାଏକ ସଭାପତିତ୍ବ କରିଥିଲା ବେଳେ ସମ୍ପାଦକ ବିପିନ୍ କୁଆଁର ବାଜୁ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଆଇନଜୀବୀ ଶରତ ଚନ୍ଦ୍ର ବେହେରା ସମ୍ଭୀଧନ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ବକ୍ତବ୍ୟ ରଖିଥିଲେ। ଶେଷରେ ସମସ୍ତେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ।

Post a Comment

0 Comments