ବ୍ଲକ ସ୍ତରୀୟ ଶିଶୁ ମହାତ୍ସବ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଚଳିତ ବର୍ଷର ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଶିଶୁମାନଙ୍କର ଶରୀରକୁ ମାନସିକ ଅବିବୃଦ୍ଧି ପାଈଁ ଏହି ମହୋତ୍ସବ ଅନୁଷ୍ଠିତ ହୋଇ ଥାଏ ।.ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭବବେ ଓଷ୍ଟା ରାଜ୍ୟ ସମ୍ପାଦକ ମାଣିକେଶ୍ବର ସ୍ୱାଇଁ, ବିଶିଷ୍ଟ ଅତିଥି ବନମାଳୀ ନାୟକ ସରପଞ୍ଚଙ୍କ ପ୍ରତିନିଧି ବଡଗୋଠ ପଞ୍ଚାୟତ, ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ନାୟକ, ମୁଖ୍ୟ ବକ୍ତା ଦାଶରଥି ମହାରଣା ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ, ସମ୍ମାନିତ ଅତିଥି ବିନାୟକ ପରିଡା, ପ୍ରଧାନ ଶିକ୍ଷକ ସୁଧୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ନୂଆଗାଁ ବ୍ଲକ ଓଷ୍ଟା ସଭାପତି ଭିକାରୀ ଚରଣ ସାହୁ ଏବଂ ଓଷ୍ଟା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ସଭା ପରିଚାଳନା କରିଥିଲେ । ବ୍ଲକର ୨୬ଟି ବିଦ୍ୟାଳୟରୁ ୨୦୦ରୁ ଅଧିକ ପ୍ରତିଯୋଗୀ ଯୋଗଦେଇ ଥିଲେ ।୧୦ଗୋଟି ବିଭାଗରେ ପ୍ରତିଯୋଗୀତା ହୋଇଥିଲା ।.
0 Comments