ଦଶପଲ୍ଲା ଆଦିବାସୀ ଅଂଚଳ ରେ ବିକଶିତ ଭାରତ ରଥ,

 


ନୟାଗଡ (ଦଶପଲ୍ଲା ) ୧୨ ତାରିଖରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ରଥ ବୁଧବାର ଆଦିବାସୀ ଵହୁଳ ଚଢେୟାପଲୀ ଏବଂ ପୋଖରୀ ଗୋଛା ଅଂଚଳ ରେ ପହଂଚି ଥିଲା , ମଂଗଳ ଵାର ନୂଆଗାଁ ଏବଂ ଏବଂ କଳସାଖମଣ ଅଂଚଳରେ ପରି ଭ୍ରମଣ କରିଥିଲା , କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ତୃଣମଳୂଳସ୍ତରେ ଜନଜାଗରଣ ନିମନ୍ତେ ବିକଶିତ ଭାରତ ରତ ରଥ ଦଶପଲାରେ ପରିଭ୍ରମଣ କରୁଛି ,ଏହି ଜନସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣଚନ୍ଦ୍ର ନାୟକ, ବିଡିଓ ସଞ୍ଜୟ ଆଚାର୍ଯ୍ୟ, ବ୍ଲକ ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ଜେନା,, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରା ,ଭା ଜ ପା ନେତା ରାଘବ ମଲ୍ଲିକ, ସମେତ ବହୁ ଭାଜି ପା କର୍ମୀ ସାମିଲ ହୋଇଥିବା ଜଣା ଯାଇଛି ,ବିଭିନ୍ନ ପଂଚାୟତ ରେ ସରପଞ୍ଚ,ସମିତି ସଭ୍ୟ ସମେତ ବହୁ ଜନସାଧାରଣ ଯୋଗଦାନ କରିଥିଵା ଜଣାଯାଇଛି , କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନ ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି, ଦଶପଲ୍ଲା ବ୍ଲକର ୨୦ ଟି ପଂଚାୟତ ରେ ଏହା ପରିଭ୍ରମଣ କରିଵ ଵୋଲି ଭା ଜ ପା କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡ଼ିଛି,

Post a Comment

0 Comments