ନୂଆଗାଁ ଉଚ୍ଚମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଉଦ୍ଘାଟନ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚଉଚ୍ଚମାଧ୍ଯମିକ  ବିଦ୍ୟାଳୟ ମଧ୍ୟରେ ଉଦ୍ଘାଟନ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ । ଆଜି ଅନୁଷ୍ଠାଙ୍କ ଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ଆଜିର ଏହି କାର୍ଯ୍ୟ କ୍ରମକୁ ଆରମ୍ଭ କରିଛନ୍ତି । ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଏକ ଯୁଗାନ୍ତକାରି ପଦକ୍ଷେପ ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତା । ଅନ୍ତର୍ନିହତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ କ୍ରିଡା ପ୍ରତିଯୋଗୀତା କରୁଛନ୍ତି । ସୁସ୍ଥ ଶରୀର ସୁସ୍ଥ ମନ ପାଇଁ କ୍ରିଡା ନିହାତି ଆବଶ୍ୟକ ଯାହାକି ପାଠ ପଢିବାରେ ଆଗ୍ରହ ସୃଷ୍ଟି କରିଥାଏ । 

ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜିର ଏହି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅତି ଆଡମ୍ବର ସହିତ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ବିଦ୍ୟାଳୟ ପରିସରରକୁ ନିଆଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନ୍ୟବର ବିଧାୟକ ଓ ସମସ୍ତ ଅତିଥିମାନଙ୍କୁ ଫୁଲ ତୋଡା ସ୍ଵଗତ କରିଥିଲେ । ତତ ପରେ ବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ସାହୁଙ୍କ ଅଧକ୍ଷତାରେ ମାନ୍ୟବର ବିଧ୍ୟକଙ୍କ କରକମଳରେ ଉଦ୍ଘାଟି ପତାକା ଉତଲନ କରଯାଇଥିଲା । 


ଆଜିର ଏହି କାର୍ଯ୍ୟ କ୍ରମରେ ନୂଆଗାଁ ବ୍ଲକ ଅଧକ୍ଷ୍ୟାଙ୍କ ପ୍ରତିନିଧି ସଂକର୍ଷଣ ବେହେରା ,ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପଦ୍ମ ପରିଡା ,୧୭ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲୀପ ଦଳବେହେରା ,ନୂଆଗାଁ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ,ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ମହେଶବର ପ୍ରଧାନ ,ଶିକ୍ଷା ବିଭାଗ ଶିକ୍ଷକ ଜୟକୃଷ୍ଣ ସାହୁ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଞ୍ଚଳର ବୁଦ୍ଧିଜୀବି ଓ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଏହିକାର୍ଯ୍ୟକ୍ରମ ମାଧ୍ୟମରେ କ୍ରିଡା ,ସାଙ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହେବ । ଛାତ୍ର ଛାତ୍ରୀ ସାମାଜିକ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥପ୍ରାନ୍ତ ନାଟକ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ.




Post a Comment

0 Comments