ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଶୋଭାଯାତ୍ରା

 



ନୟାଗଡ଼ (ଦଶପଲ୍ଲା) ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୬ନଂ ୱାର୍ଡର ଖଣ୍ଡପଡ଼ା ଠାରେ ମା ବ୍ରାହ୍ମଣୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ମଙ୍ଗଳବାର ଦିନ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଶୋଭାଯାତ୍ରାରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଙ୍କ ସମେତ ବହୁ କାଉନ୍ସିଲର ସାମିଲ୍ ହୋଇଥିଲେ | ଇତ୍ୟବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୀର୍ଘ ପଥ କଳସ ଶୋଭାଯାତ୍ରାରେ ଯାଇ ମନ୍ଦିର ନିର୍ମାଣ ସ୍ଥାଳୀ ପହଂଚି ଥିଲେ |

Post a Comment

0 Comments